ଓଡିଶା

odisha

By

Published : Aug 22, 2019, 9:26 PM IST

Updated : Aug 23, 2019, 9:05 AM IST

ETV Bharat / bharat

ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ, ୟୁଏଇ ଓ ବାହାରିନ ଗସ୍ତରେ ଯାଇଛନ୍ତି । ଏହି ତ୍ରିରାଷ୍ଟ୍ରୀୟ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସ ଯିବେ। ଫ୍ରାନ୍ସରୁ ୟୁଏଇ ଓ ପରେ ବାହାରିନ ଅଭିମୁଖେ ଯାତ୍ରା କରିବେ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ, ୟୁଏଇ ଓ ବାହାରିନ ଗସ୍ତରେ ବାହାରିଛନ୍ତି । ଏହି ତ୍ରିରାଷ୍ଟ୍ରୀୟ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସ ଯିବେ। ଫ୍ରାନ୍ସରୁ ୟୁଏଇ ଓ ପରେ ବାହାରିନ ଅଭିମୁଖେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ତିନି ଦେଶର ପ୍ରତିନିଧିଙ୍କ ସହିତ ଦୁଇ ପାକ୍ଷିକ ଆଲୋଚନା ସହିତ ଜି-7 ବୈଠକରେ ଯୋଗଦେବେ ।

ଏହି ଗସ୍ତର ପ୍ରଥମ ଦିନରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଆଲୋଚନା କରିବେ । ଉଭୟ ଦେଶର ଦ୍ବିପାକ୍ଷିକ ବାଣିଜ୍ୟିକ ସମ୍ପର୍କ, ସହଯୋଗିତା ପ୍ରସଙ୍ଗରେ ଆଲୋଚନା କରାଯିବ । ରକ୍ଷା ଅଧିଗ୍ରହଣ, ଜୈତାପୁର ନ୍ୟୁକ୍ଲିୟାର ପାୱାର ପ୍ଲାଣ୍ଟର ସ୍ଥାପନ ପ୍ରକ୍ରିୟା ସହିତ ଉଭୟ ଦେଶର ସାମରିକ ତଥା ରାଜନୈତିକ ପ୍ରସଙ୍ଗକୁ ଆଲୋଚନା କରାଯିବ । ସେହିଭଳି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରାତ୍ରିଭୋଜନର କାର୍ଯ୍ୟକ୍ରମ ରହିଛି । ସେହିପରି ଦ୍ବିତୀୟ ଦିନରେ ମୋଦି ଫ୍ରାନ୍ସ ପ୍ରତିପକ୍ଷ ଇଡୱାର୍ଡ ଫିଲ୍ଲିପେଙ୍କୁ ଭେଟିବେ । ପ୍ୟାରିସ ଠାରେ ଥିବା ୟୁନେସ୍କୋ ମୁଖ୍ୟାଳୟରେ ଭାରତୀୟ ସମାଜକୁ ଉଦବୋଧନ ଦେବେ । 1950 ଓ 1966ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ନିଡ୍‌ଡିଏଗେଲ ଠାରେ ଏକ ସ୍ମାରକୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ଫ୍ରାନ୍ସ ଗସ୍ତ ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ୟୁଏଇ ଯାତ୍ରା କରିବେ । ସେଠାରେ ପ୍ରଧାନମନ୍ତ୍ରୀ ୟୁଏଇର ସର୍ବୋଚ୍ଚ ବେସାମରିକ ଉପାଧି ‘ଅର୍ଡର ଅଫ ଜୟାଦ’ ଗ୍ରହଣ କରିବେ । ସେଠାରେ ମୋଦି ଆବୁଧାବିର ପ୍ରିନ୍ସ ଶେଖ ମହମ୍ମଦ ବିନ ଜୟଦ ଅଲ ନାହ୍ୟାନଙ୍କୁ ଭେଟିବେ । ତାଙ୍କ ସହ ଦ୍ବିପାକ୍ଷିକ, ଜାତୀୟ ପ୍ରସଙ୍ଗରେ ମୋଦି ଆଲୋଚନା କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି 24 ତାରିଖରେ ବାହାରିନ ଗସ୍ତ କରିବେ । ବାହାରିନକୁ ଏହା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ । ମୋଦି ସେଠାକାର ପ୍ରିନ୍ସ ଶେଖ୍‌ ଖଲିଫା ବିନ ସଲମନ ବିନ ଅଲ ଖଲିଫାଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରାଯିବ । ସେଠାରେ ଭାରତ ଦ୍ବାରା ରୁପେ କାର୍ଡ ଏମଓୟୁ ସ୍ବାକ୍ଷର କରାଯିବ । ଏହା ଦ୍ବାରା ରୁପେ କାର୍ଡ ୟୁଏଇ ଓ ବାହାରିନରେ ବ୍ୟବହୃତ ହୋଇପାରିବ ।

ଅଗଷ୍ଟ 25ରେ ପ୍ରଧାନମନ୍ତ୍ରୀ ଜି-7 ସମିଟରେ ଯୋଗଦେବାକୁ ଫ୍ରାନ୍ସର ବ୍ୟାରିଜକୁ ଗସ୍ତ କରିବେ । ଏହାପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ।

Last Updated : Aug 23, 2019, 9:05 AM IST

ABOUT THE AUTHOR

...view details