ଓଡିଶା

odisha

ETV Bharat / bharat

ଫ୍ରେମ କରିବ ଆଉଥରେ ପିଏମ୍ ! - NDA

ମୋଦିଙ୍କ ନେତୃତ୍ବ ଉପରେ ଭରସା ପ୍ରକଟ କଲା ଏନଡିଏ । ପାରିତ ହେଲା ପ୍ରଶଂସା ପ୍ରସ୍ତାବ । ଏନଡିଏ ଫ୍ରେମର ସେଣ୍ଟରରେ ପିଏମ ।

ଫଟୋ ସୌଜନ୍ୟ: ଟ୍ବିଟର@AmitShah

By

Published : May 22, 2019, 10:30 AM IST

Updated : May 22, 2019, 10:54 AM IST

ନୂଆଦିଲ୍ଲୀ: ଏନଡିଏ ନୈଶ୍ୟଭୋଜିରେ ନରେନ୍ଦ୍ର ମୋଦିଙ୍କୁ ତାରିଫ । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ସହଯୋଗୀ ଦଳର ନେତା । ମୋଦିଙ୍କ ନେତୃତ୍ବ ଉପରେ ଭରଷା ଏବଂ ପ୍ରଶଂସା ନେଇ ପାରିତ ହେଲା ପ୍ରସ୍ତାବ । ଏନଡିଏ ଫ୍ରେମର ସେଣ୍ଟରରେ ମୋଦି ।

ଫଟୋ ସୌଜନ୍ୟ: ଟ୍ବିଟର@AmitShah
ଫଟୋ ସୌଜନ୍ୟ: ଟ୍ବିଟର@AmitShah

ଗୁରୁବାର ଭୋଟଗଣତି । ଗଣତନ୍ତ୍ର ମହାପର୍ବର ବାହାରିବ ଫଳାଫଳ । ଆଉ ଠିକ ଏହାର ଦୁଇଦିନ ପୂର୍ବରୁ ମଙ୍ଗଳବାର ଏନଡିଏ ଆୟୋଜନ କରିଥିଲା ନୈଶ୍ୟଭୋଜି । ସାମିଲ ହୋଇଥିଲେ ଛୋଟବଡ 36 ଦଳ । ଏନଡିଏ ଚେୟାରପର୍ସନ ଶାହଙ୍କ ଅଧ୍ୟକ୍ଷତାରେ ପାରିତ ହୋଇଥିଲା ମୋଦିଙ୍କ ନେତୃତ୍ବ ଉପରେ ଭରସା ଓ ପ୍ରଂଶସାର ପ୍ରସ୍ତାବ ।

ଦୀର୍ଘ 5 ବର୍ଷଧରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ଭୂରିଭୂରି ପ୍ରଂଶସା କରିଥିଲେ ସହଯୋଗୀ ଦଳରେ ନେତା । ନେତୃତ୍ବ ଉପରେ ଭରସା ବି ଜୁଟାଇଥିଲେ । ମୋଦିଙ୍କ ଉପରେ ଦେଶର ଆଶିର୍ବାଦ ରହିଛି ଏବଂ ପୁଣିଥରେ ଏନଡିଏ ସରକାର ଗଢିବା ନେଇ ବେଶ ଆଶାବାଦୀ ଥିଲେ ସମସ୍ତେ । ଏକ ବଡ ଫୁଳମାଳ ଦେଇ ମୋଦିଙ୍କୁ ସମ୍ମାନ କରାଯାଇଥିଲା । ଫ୍ରେମର ଥିଲେ ମୋଦି । ଖୋଦ ଏନଡିଏ ଚେୟାରପର୍ସନ ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ନରେନ୍ଦ୍ର ମୋଦିଙ୍କୁ କରିଥିଲେ ସମ୍ମାନୀତ ।

Last Updated : May 22, 2019, 10:54 AM IST

ABOUT THE AUTHOR

...view details