ଓଡିଶା

odisha

ETV Bharat / bharat

ଭାରତରେ ଟ୍ରମ୍ପଙ୍କର ଭବ୍ୟ ସ୍ବାଗତ ହେବ: ମୋଦି - pm modi

ଚଳିତ ମାସ 24 ଏବଂ 25 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

president trump's-india-visit
ଡୋନାଲ୍ଡ ଟ୍ରମ୍ପ-ନରେନ୍ଦ୍ର ମୋଦି

By

Published : Feb 12, 2020, 1:01 PM IST

ନୂଆଦିଲ୍ଲୀ: ଚଳିତ ମାସ 24 ଏବଂ 25 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ଉଭୟ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସାହିତ ଅଛନ୍ତି । ନିଜ ଗସ୍ତକୁ ନେଇ ସକାଳୁ ଟ୍ରମ୍ପ ନିଜ ଉତ୍ସୁକତା ପ୍ରକାଶ କରିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, 'ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କ ଭାରତ ଗସ୍ତକୁ ନେଇ ମୁଁ ବହୁତ ଖୁସି । ଦେଶରେ ଆମ ମାନନୀୟ ଅତିଥିଙ୍କର ଭବ୍ୟ ସ୍ବାଗତ କରାଯିବ । ଟ୍ରମ୍ପଙ୍କ ଏହି ଗସ୍ତ ବହୁତ ଖାସ ଅଟେ । ଏହା ଭାରତ-ଆମେରିକାର ବନ୍ଧୁତ୍ବକୁ ଆହୁରି ସୁଦୃଢ କରିବା ପାଇଁ ଏକ ଲମ୍ବା ରାସ୍ତା ପ୍ରସ୍ତୁତ କରିବ । '

ସେ ଆହୁରି କହିଛନ୍ତି ଯେ, 'ଗଣତନ୍ତ୍ର ଏବଂ ବହୁଳବାଦ ପାଇଁ କାର୍ଯ୍ୟ କରିବାକୁ ଭାରତ ଏବଂ ଆମେରିକା ପରସ୍ପର ପ୍ରତି ପ୍ରତିବଦ୍ଧ । ଉଭୟ ଦେଶ ବ୍ୟାପକ ରୂପରେ ଅନେକ ପ୍ରସଙ୍ଗ ଉପରେ ପରସ୍ପରକୁ ସହଯୋଗ କରିଆସୁଛନ୍ତି । ଆମର ଏହି ମଜବୁତ ବନ୍ଧୁତ୍ବ କେବଳ ଆମ ନାଗରିକଙ୍କର ନୁହେଁ ବରଂ ବିଶ୍ବର ବିକାଶ ପାଇଁ ସହାୟକ ହେଉଛି ।'

ABOUT THE AUTHOR

...view details