ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍ର ଆକାଉଣ୍ଟ ହ୍ୟାକ ହୋଇଛି । ଗୁରୁବାର ମୋଦିଙ୍କ ଟ୍ବିଟ୍ର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ଟ୍ବିଟ୍ର ହ୍ୟାକ କରିବା ସହ ଫେକ୍ ଟ୍ବିଟ କରିଥିବା ଦେଖିବାକୁ ମିଳିଥିଲା । ଯାହାକି ଏବେ ଡିଲିଟ୍ କରାଯାଇଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟରେ ଲିଙ୍କ ଥିବା ତାଙ୍କର ଟ୍ବିଟର ଆକାଉଣ୍ଟକୁ କେହି ହ୍ୟାକ କରିଥିବା କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ମୋଦି ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ଏହାସହ ବିଟକଏନ ଦେବାକୁ ମଧ୍ୟ ଟ୍ବିଟ୍ କରାଯାଇଥିବା ଦେଖିବାକୁ ମିଳିଥିଲା ।