ଓଡିଶା

odisha

ETV Bharat / bharat

ଆଜି ନୌସେନା ଦିବସ, ଶୁଭେଚ୍ଛା ଜଣାଇଲେ ମୋଦି

ନୌସେନା ଦିବସ ଅବସରରେ ନୌସେନା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କ ମୂଲ୍ୟବାନ ସେବା ଏବଂ ବଳିଦାନ ଭାରତକୁ ଆହୁରି ମଜବୁତ କରିଛି ବୋଲି ସେ କହିଛନ୍ତି ।

By

Published : Dec 4, 2019, 11:06 AM IST

Navy Day
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ନୌସେନା ଦିବସ । ଏହି ଅବସରରେ ନୌସେନା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, "ନୌସେନା ଯବାନଙ୍କ ସେବା ଏବଂ ବଳିଦାନ ଯୋଗୁଁ ଭାରତ ସୁରକ୍ଷିତ ରହିଛି । ଏହି ଅବସରରେ ବୀର ନୌସେନା କର୍ମୀଙ୍କୁ ମୋର ସଲାମ । ସେମାନଙ୍କ ମୂଲ୍ୟବାନ ସେବା ଏବଂ ବଳିଦାନ ଭାରତକୁ ଆହୁରି ମଜବୁତ କରିଛି । "

ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ନୌସେନା ଦିବସ ପାଳନ କରାଯାଏ । ଆଜିର ଦିନରେ ଭାରତ ପାକିସ୍ଥାନକୁ ଖଣ୍ଡ କରିଦେଇଥିଲା। ୧୯୭୧ ମସିହା ଡିସେମ୍ବର 4 ତାରିଖରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଅଦମ୍ୟ ସାହସ ଦେଖାଇଥିଲେ । ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ୍ ଟ୍ରାଇଡେଣ୍ଟ । କରାଚୀରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିଲା । କରାଚୀ ଉପକୂଳରେ ଥିବା ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରିଥିଲା ଭାରତୀୟ ଯୁଦ୍ଧ ଜାହାଜ । ଏଥିରେ ପାକିସ୍ତାନର ଅନେକ ଜାହାଜ ଧ୍ବଂସ ହୋଇ ଯାଇଥିଲା । କରାଚୀ ତେଲ ଡିପୋ ୭ଦିନ ଧରି ଜଳିଥିଲା । ତେବେ ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ପ୍ରତିବର୍ଷ ନୌସେନା ଦିବସ ପାଳନ କରାଯାଇଥାଏ ।

ତେବେ ବର୍ତ୍ତମାନ ଭାରତୀୟ ନୌସେନାରେ ୬୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନାରେ ବର୍ତ୍ତମାନ 140 ଯୁଦ୍ଧପୋତ ରହିଛି । ଯେଉଁଥିରେ ଆଇଏନଏକ୍ସ ବିକ୍ରମାଦିତ୍ୟ, 10 ବିଧ୍ବଂସକ, 14 ଟି ଛୋଟ ଯୁଦ୍ଧପୋତ ଏବଂ 11 ବାହକ ରହିଛି । ଏହା ବ୍ୟତୀତ 15 ଡିଜେଲ ଏବଂ ଇଲେକ୍ଟ୍ରିକ ସବମରିନ ଏବଂ 2ଟି ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ସବମରିନର ରହିଛି। ଏହା ବ୍ୟତୀତ ଭାରତୀୟ ନୌସେନା ପାଖରେ 235 ଏୟାରକ୍ରାଫ୍ଟ ଏବଂ ହେଲିକେପ୍ଟର ରହିଛି ।

ABOUT THE AUTHOR

...view details