ଓଡିଶା

odisha

By

Published : Aug 28, 2020, 7:25 PM IST

ETV Bharat / bharat

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସୁସ୍ଥତା କାମନା କଲେ ପିଏମ ମୋଦି

ସିଞ୍ଜୋ ଆବେଙ୍କ ଅସୁସ୍ଥତା ଖବର ପାଇ ଦୁଃଖ ବ୍ୟକ୍ତ କରିଛନ୍ତି ପିଏମ ନରେନ୍ଦ୍ର ମୋଦି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଅଧିକ ପଢନ୍ତୁ...

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସୁସ୍ଥତା କାମନା କଲେ ପିଏମ ମୋଦି
ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସୁସ୍ଥତା କାମନା କଲେ ପିଏମ ମୋଦି

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅସୁସ୍ଥତା ଖବର ପାଇ ଦୁଃଖ ବ୍ୟକ୍ତ କରିଛନ୍ତି ପିଏମ ନରେନ୍ଦ୍ର ମୋଦି । ଏହାସହ ମୋଦି ସିଞ୍ଜୋ ଆବେଙ୍କ ଶୀଘ୍ର ସୁସ୍ଥତା ନେଇ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସୁସ୍ଥତା କାମନା କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେ, ଆପଣ ଅସୁସ୍ଥ ଥିବା ଖବର ପାଇ ମୁଁ ଦୁଃଖିତ । ନିକଟ ଅତିତରେ ଆପଣଙ୍କ ନେତୃତ୍ବ ଓ ବ୍ୟକ୍ତିଗତ ପ୍ରତିଭା ସହ ଭାରତ-ଜାପାନର ସହଭାଗୀତା ପୂର୍ବ ଅପେକ୍ଷା ଗଭୀର ଓ ଶକ୍ତିଶାଳୀ ହୋଇପାରିଛି ।

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଗୋଟିଏ ସପ୍ତାହରେ ସେ ଦୁଇ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ସେ କ୍ଷମତାରେ ରହିବା ନେଇ ଶାସକ ଦଳ ଚିନ୍ତା ପ୍ରକଟ କରିବା ସହ ସାଧାରଣରେ ମଧ୍ୟ ଆଲୋଚନା ହେଉଥିଲା । ତେବେ ଶୁକ୍ରବାର ପ୍ରେସମିଟ ଜରିଆରେ ସେ ନିଜ ଇସ୍ତଫା ନେଇ ଘୋଷଣା କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସିଞ୍ଜୋ ଆବେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୁଁ କ୍ରନିକ୍ ରୋଗ ଅଲସରାଟିଭ କୋଲାଇଟିସରେ ପୀଡିତ। ଏହି ରୋଗ ପାଇଁ ମୁଁ ଏକ ନୂତନ ଚିକିତ୍ସା କରୁଛି । ଯେଉଁଥିପାଇଁ ନିୟମିତ ପରୀକ୍ଷା ଏବଂ ଯତ୍ନ ଆବଶ୍ୟକ । ତେଣୁ ଚିକିତ୍ସା ସମୟରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମୁଁ ପର୍ଯ୍ୟାପ୍ତ ସମୟ ଦେଇ ପାରିବି ନାହିଁ । ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସିଞ୍ଜୋ କହିଛନ୍ତି ।

ABOUT THE AUTHOR

...view details