କଲମ୍ବୋ: ଆସନ୍ତାକାଲି ସ୍ବାଧୀନତା ଦିବସ ପାଳନ କରିବ ଶ୍ରୀଲଙ୍କା । ଦେଶକୁ ସ୍ବାଧୀନତା ପାଇବାର 73 ପୂରିବାକୁ ଯାଉଛି । ଯାହାକୁ ସାରା ଦେଶରେ ଉତ୍ସବମୁଖର ହୋଇପଡିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ମୋଦି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରହିଥିବା ପୁରୁଣା ସମ୍ପର୍କ, ଭାଷାଭିତ୍ତିକ, ଧାର୍ମକ ଏବଂ ସାଂସ୍କୃତିକ ପରମ୍ପରାକୁ ଦୋହରାଇଥିଲେ ।
ମିଳିତ ଉଦ୍ୟମରେ ଦୁଇ ଦେଶ ମହାମାରୀ କୋଭିଡ-19 କୁ ମୁକାବିଲା କରିଆସିଛନ୍ତି। ଆଗାମୀ ଦିନରେ ଏପରି ଦୁଇ ଦେଶର ସମ୍ପର୍କ ଆହୁରି ମଜଭୁତ ହେଉ ବୋଲି ମୋଦି ନିଜ ଶୁଭେଚ୍ଛାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଏହା ସହ ଉଭୟ ଦେଶର ଲୋକଙ୍କ ପାଇଁ ମିଳିତ ଭାବରେ ଉଦ୍ୟମ ଜାରି ରହିବ ବୋଲି ପିଏମ ମୋଦି କହିଛନ୍ତି ।