ଲକ୍ଷ୍ନୌ: ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କ ସହ ଏକ ଅନଲାଇନ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଏମୟୁ ଭ୍ରାତୃତ୍ୱକୁ ସମ୍ବୋଧିତ କରିବେ । ତେବେ ଡିସେମ୍ବର 22 ତାରିଖରେ ଅନୁଷ୍ଠିତ ହେବ ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ।
ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ନିମନ୍ତ୍ରଣ ଗ୍ରହଣ କରିଥିବାରୁ କୁଳପତି ପ୍ରଫେସର ତାରିକ ମାନସୁର ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ କହିଛନ୍ତି ଶତବାର୍ଷିକୀ ଉତ୍ସବରେ ସେମାନଙ୍କ ଉପସ୍ଥିତି ଦେଶ ତଥା ବିଶ୍ୱରେ ବ୍ୟାପିଥିବା ଏମୟୁ ସମ୍ପ୍ରଦାୟକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିବ ବୋଲି କହିଛନ୍ତି ।