ଓଡିଶା

odisha

ETV Bharat / bharat

ବିହାରରେ ଆଜି ପିଏମଙ୍କ ଅନ୍ତିମ ପ୍ରଚାର ରାଲି, ରାହୁଲ ବି କରିବେ ଜନସଭା

ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ରାଲିର ପ୍ରଚାର କରିବେ । ଆଜି ବିହାର ନିର୍ବାଚନ ଲାଗି ଅନ୍ତିମ ପ୍ରଚାର କରିବେ ମୋଦି । ଅଧିକ ପଢନ୍ତୁ...

ବିହାରରେ ଆଜି ପିଏମଙ୍କ ଅନ୍ତିମ ପ୍ରଚାର ରାଲି
ବିହାରରେ ଆଜି ପିଏମଙ୍କ ଅନ୍ତିମ ପ୍ରଚାର ରାଲି

By

Published : Nov 3, 2020, 10:25 AM IST

ପାଟନା: ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ସକାଳ 9ଟା ସୁଦ୍ଧା 08.02 ପ୍ରତିଶତ ମତଦାନ ସରିଛି । ସେପଟେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ରାଲିର ପ୍ରଚାର କରିବେ । ପିଏମ ମୋଦି ଅରରିୟ ଓ ସହରସା ଜିଲ୍ଲାରେ 2ଟି ଜନସଭାକୁ ସମ୍ବୋଧିତ କରିବେ । ସେପଟେ ରାହୁଲ ଗାନ୍ଧୀ କଟିହାର ଓ କିଶନଗଞ୍ଜରେ 2ଟି ରାଲି କରିବେ ।

ଯେଉଁ ଜିଲ୍ଲାଗୁଡିକରେ ମୋଦି ଓ ରାହୁଲ ପ୍ରଚାର କରିବେ, ସେହି ଜିଲ୍ଲାଗୁଡିକ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ନଭେମ୍ବର 7ରେ ଭୋଟ ଦେବେ । ବିହାରରେ ନିର୍ବାଚନରେ ଏହା ମୋଦିଙ୍କ ଚତୁର୍ଥ 4 ରାଲି ତଥା ଅନ୍ତିମ ଜନସଭା । ନଭେମ୍ବର 4 ରେ ପୁଣି ଥରେ ରାହୁଲ ଗାନ୍ଧୀ ବିହାର ଗସ୍ତ କରି ମଧେପୁରା ଜିଲ୍ଲାର ବିହାରଗଞ୍ଜ ଓ ଅରରିୟାରେ ରାଲି କରିବେ ।

କଂଗ୍ରେସର ମହାନ ସମାଜସେବୀ ନେତା ଶରଦ ଯାଦବଙ୍କ ଝିଅ ଶୁଭାସିନୀ ଯାଦବ ବିହାରଗଞ୍ଜ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହୋଇଛନ୍ତି । କୋଭିଡ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏହି ସମୟରେ ସମସ୍ତ ଗାଇଡଲାଇନକୁ ପାଳନ କରାଯାଉଛି ।

ଏହି ପର୍ଯ୍ୟାୟରେ 2 କୋଟି 85 କୋଟି ଭୋଟର 14 ଶହ 64 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ଏଥିପାଇଁ 41 ହଜାର ୩୬୨ ମତଦାନ କେନ୍ଦ୍ର କରାଯାଇଛି । ଆଜି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଓ 4 କ୍ୟାବିନେଟ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details