ଓଡିଶା

odisha

ETV Bharat / bharat

ଚେନ୍ନାଇରୁ ଚୀନ ଭାଷାରେ ମୋଦିଙ୍କ ଟ୍ବିଟ - ଚେନ୍ନାଇରେ ମୋଦି

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପହଞ୍ଚିବା ପୂର୍ବରୁ ଚେନ୍ନାଇ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଭାଷାରେ ଟ୍ବିଟ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Oct 11, 2019, 1:55 PM IST

ଚେନ୍ନାଇ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମହାବଳୀପୁରମରେ ପହଞ୍ଚିବା ପୂର୍ବରୁ ଚେନ୍ନାଇ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ପାଲାନୀସ୍ବାମୀ ସ୍ବାଗତ କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର @narendramodi

ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ପହଞ୍ଚି ଚୀନ ଭାଷାରେ ଟ୍ବିଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୀନ, ତାମିଲ ଓ ଇଂରାଜୀରେ ଟ୍ବିଟ କରି ଏଠାରେ ପହଞ୍ଚିବା ନେଇ ଖୁସି ଜାହିର କରିଛନ୍ତି । ଏହା ସହ ପିଏମ ମୋଦି ଚୀନ ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ତାଙ୍କୁ ସ୍ବାଗତ କରିଛନ୍ତି।

ABOUT THE AUTHOR

...view details