ଓଡିଶା

odisha

ETV Bharat / bharat

ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡକୁ 101 ବର୍ଷ, ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ - ଟ୍ବିଟ କରି ଶ୍ରଦ୍ଧାଞ୍ଚଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଟ୍ବିଟ କରି ଦେଶବାସୀଙ୍କୁ ବୈଶାଖୀର ଶୁଭେଚ୍ଛା ଜଣାଇବା ସହ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାଲିଆନାୱାଲା ହତ୍ୟାକାଣ୍ଡକୁ 101 ବର୍ଷ, ଟ୍ବିଟ କରି ଶ୍ରଦ୍ଧାଞ୍ଚଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ଜାଲିଆନାୱାଲା ହତ୍ୟାକାଣ୍ଡକୁ 101 ବର୍ଷ, ଟ୍ବିଟ କରି ଶ୍ରଦ୍ଧାଞ୍ଚଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Apr 13, 2020, 2:18 PM IST

ନୂଆଦିଲ୍ଲୀ: ଟ୍ବିଟ କରି ଦେଶବାସୀଙ୍କୁ ବୈଶାଖୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ମଧ୍ୟ ମନେପକାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ଏଠାରେ ସୂଚନା ଥାଉ ଯେ ଲକଡାଉନ ହେତୁ ସମସ୍ତ ପର୍ବପର୍ବାଣୀ ଘରେ ମନାଇବା ପାଇଁ ସରକାରଙ୍କ ତରଫରୁ ନିବେଦନ କରାଯାଉଛି ।

ଜାଲିଆନାୱାଲା ହତ୍ୟାକାଣ୍ଡକୁ 101 ବର୍ଷ, ଟ୍ବିଟ କରି ଶ୍ରଦ୍ଧାଞ୍ଚଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଯେଉଁ ଲୋକମାନେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ସହିଦ ହୋଇଥିଲେ ମୁଁ ସେମାନଙ୍କୁ ପ୍ରଣାମ କରୁଛି । ଆମେ ସେମାନଙ୍କ ବଳିଦାନକୁ କେବେ ବି ଭୁଲିବୁ ନାହିଁ । ତାଙ୍କ ତ୍ୟାଗ ଆଗାମୀ ପୀଢିଙ୍କୁ ମଧ୍ୟ ପ୍ରେରିତ କରିବ ।

ସୂଚନାଯୋଗ୍ୟ, 1919 ଏପ୍ରିଲ 13 ରେ ଅମୃତସରର ଜାଲିଆନାୱାଲାବାଗରେ ଅନେକ ସଂଖ୍ୟାରେ ଭାରତୀୟ ଲୋକ ଏକ ଜନସଭା କରୁଥିଲେ । ସେତିକିବେଳେ ଜେନେରାଲ ଡାଏର ଗୁଳିବର୍ଷଣ କରିବାକୁ ଆଦେଶ ଦେଇଥିଲେ । ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଆଉ ଶହ ଶହ ଲୋକ ଜୀବନ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁପଡିଥିଲେ ।

ABOUT THE AUTHOR

...view details