ଓଡିଶା

odisha

ବିହାର ବିଧାନସଭା ନିର୍ବାଚନ ପାଇଁ ମୋଦିଙ୍କ ଟ୍ବିଟ; ପ୍ରଥମେ ମତଦାନ ପରେ ଜଳପାନ

By

Published : Oct 28, 2020, 9:05 AM IST

ସକାଳ 7ଟାରୁ ବିହାର ବିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କୋରୋନା କଟକଣାରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ବିହାର ଜନତାଙ୍କୁ ଭୋଟ ଦେବାକୁ ଆହ୍ବାନ କରିଛନ୍ତି । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନରେ ମୋଦିଙ୍କ ଟ୍ବିଟ
ବିହାର ବିଧାନସଭା ନିର୍ବାଚନରେ ମୋଦିଙ୍କ ଟ୍ବିଟ

ନୂଆଦିଲ୍ଲୀ: ଆଜି ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । 71ଟି ଆସନ ପାଇଁ ଚାଲିଛି ଭୋଟିଂ । କୋରୋନା କଟକଣାରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ସାବଧାନ ସହ ଭୋଟ ଦେବାକୁ କହିଛନ୍ତି ।

ପ୍ରଥମେ ମତଦାନ ପରେ ଜଳପାନ

ଆଜି(ବୁଧବାର) ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ପିଏମ ଟ୍ବିଟ କରି କହିଛନ୍ତି, ‘ଆଜି ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । କୋରୋନା ସମ୍ବନ୍ଧୀୟ ସମସ୍ତ ସତର୍କତା ପାଳନ କରି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ । ଏହି ସମୟରେ ମାସ୍କ ପିନ୍ଧିବା ସହ ଦୂରତା ବଜାୟ ରଖିବା ଜରୁରୀ ।’ ତେବେ ପ୍ରଥମ ମଦଦାନ ପରେ ଜଳପାନ ବୋଲି କହିଛନ୍ତି ପିଏମ ।

ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ମଧ୍ୟ ବିହାର ଜନତାଙ୍କୁ ମତଦାନ ଦେବାକୁ ଆହ୍ବାନ କରିଛନ୍ତି । ଏହି ସମୟରେ ସମସ୍ତ କୋଭିଡ ସତର୍କତା ପାଳନ କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details