ଓଡିଶା

odisha

ETV Bharat / bharat

ଜନ୍ମଦିନରେ ସର୍ଦ୍ଦାର ସରୋବର ଡ୍ୟାମ ଯିବେ ମୋଦି, କରିବେ ପୂଜାର୍ଚ୍ଚନା - ନର୍ମଦା ଜିଲ୍ଲା

17 ସେପ୍ଟେମ୍ବରରେ ନିଜର 69ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା ସର୍ଦ୍ଦାର ସରୋବର ଡ୍ୟାମ ଯାଇ ପୂଜାର୍ଚ୍ଚନା କରିବେ । ଏଥିସହ 'ନମାମୀ ଦେବୀ ନର୍ମଦେ ମହୋତ୍ସବ'ରେ ସାମିଲ ହେବେ ମୋଦି ।

ଡିଜାଇନ ଫଟୋ

By

Published : Sep 15, 2019, 6:31 AM IST

ଗାନ୍ଧୀନଗର: ଆଉ ଦୁଇ ଦିନ ପରେ 69 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 17 ସେପ୍ଟେମ୍ବରରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ମୋଦି କିନ୍ତୁ ନିଜ ଜନ୍ମଦିନ ସର୍ଦ୍ଦାର ସରୋବର ଡ୍ୟାମରେ ପାଳନ କରିବେ । ସେଠାରେ ମୋଦି ପୂଜାର୍ଚ୍ଚନା ମଧ୍ୟ କରିବେ । ଅନ୍ୟପକ୍ଷେ ଗୁଜରାଟ ମଧ୍ୟ ଡ୍ୟାମରେ 138 ମିଟରର ଜଳସ୍ତର ରଖି ନିଜ ମାଟିର ପୁଅକୁ ଜନ୍ମଦିନର ଉପହାର ଦେବାକୁ ପ୍ରସ୍ତୁତ ରହିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନର୍ମଦାର ଜଳକୁ ଗୁଜୁରାଟ ଆଣିବା ପାଇଁ ମୋଦିଙ୍କ ଅନେକ ଅବଦାନ ରହିଥିଲା ।

ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା ସର୍ଦ୍ଦାର ସରୋବର ଡ୍ୟାମର ଜଳସ୍ତର ଭଣ୍ଡାର ସୀମା ଟପିବା ଉପରେ ରହିଛି । 'ନମାମୀ ଦେବୀ ନର୍ମଦେ ମହୋତ୍ସବ'ରେ ସାମିଲ ହେବାକୁ ମୋଦି ଗୁଜୁରାଟ ସରକାରଙ୍କ ଅନୁରୋଧକୁ ସ୍ବୀକାର କରି ନେଇଥିବା ବେଳେ ଏଠାରେ ହିଁ ସେ ପୂଜାର୍ଚ୍ଚନା କରି ନିଜ ଜନ୍ମଦିନ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସୂଚନା ଦେଇଛନ୍ତି ।

ସର୍ଦ୍ଦାର ସରୋବର ଡ୍ୟାମ ସମ୍ପୂର୍ଣ୍ଣ ଭାବେ ଭରି ଯାଇଥିବା ଯୋଗୁଁ ସମଗ୍ର ରାଜ୍ୟରେ ମହୋତ୍ସବର ଆୟୋଜନ କରାଯାଉଛି । ଏନେଇ ଗୁଜୁରାଟର ଜନସାଧାରଣ ଖୁସି ଥିବା ବେଳେ ମୋଦି ନିଜ ଜନ୍ମଦିନରେ ଗୁଜୁରାଟ ଆସୁଥିବାରୁ ଲୋକେ ଉତ୍ସାହିତ ଥିବା ବିଜୟ ରୂପାନୀ କହିଛନ୍ତି ।

ABOUT THE AUTHOR

...view details