ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର 31ରେ ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଦୁନିଆର ସବୁଠାରୁ ଉଚ୍ଚ ଏବଂ ଭାରତର ଏକତାର ପ୍ରତୀକ ଭାବରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ।
ଏହି ପ୍ରତିମୂର୍ତ୍ତିକୁ 31 ଅକ୍ଟୋବର 2018ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଉଦ୍ଘାଟନ କରିଥିଲେ ଏବଂ ବର୍ତ୍ତମାନ ଦୁଇ ବର୍ଷ ପରେ ସେ ପୁନର୍ବାର ଏହାକୁ ପରିଦର୍ଶନ କରିବେ। ତେବେ ଏଥର ସେ ସି ପ୍ଲେନ ସାହାଯ୍ୟରେ ପହଞ୍ଚିବେ । ଏହା ଦ୍ୱିତୀୟ ଥର ହେବ ଯେ ସେ ମୋଦି ସମୁଦ୍ର ପଥରେ ଯିବେ । ଗତଥର ସେ ସାବରମତୀ ନଦୀ କୂଳରୁ ଉତ୍ତର ଗୁଜରାଟର ଧରୋଇ ଡ୍ୟାମକୁ ବିମାନ ଯୋଗେ ଅମ୍ବାଜୀ ମନ୍ଦିର ପରିଦର୍ଶନ କରିଥିଲେ ।
ଷ୍ଟାଚ୍ୟୁ ଅଫ୍ ୟୁନିଟି ପରି ସାବରମତୀ ନଦୀକୂଳରେ ସି ପ୍ଲେନ ହେଉଛି ପିଏମ ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ। ଭାସମାନ ଜେଟି ପାଇଁ କାମ ବର୍ତ୍ତମାନ ଚାଲିଛି । ସାବରମତୀ ନଦୀରେ ଥିବା ଆମ୍ବେଦକର ବ୍ରିଜ ନିକଟରେ ସ୍ଥାୟୀ ଜେଟି ନିର୍ମାଣ କରାଯାଉଛି ।