ଓଡିଶା

odisha

ETV Bharat / bharat

ଆଜି ବେଲୁର ମଠ ଗସ୍ତରେ ଯିବେ ପିଏମ ମୋଦି - modi to visit belur math

ପ୍ରଧାନମନ୍ତ୍ରୀ ମୋଦିଙ୍କ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତ। ଶନିବାର ସଂଧ୍ୟାରେ ସେ ବେଲୁର ମଠ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢନ୍ତୁ...

ଆଜି ବେଲୁର ମଠ ଯିବେ ମୋଦି
ଆଜି ବେଲୁର ମଠ ଯିବେ ମୋଦି

By

Published : Jan 11, 2020, 5:33 PM IST

କୋଲକାତା: ଦୁଇ ଦିବସୀୟ ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ପହଞ୍ଚିଛନ୍ତି । ଶନିବାର ସେ ରାମକୃଷ୍ଣ ମିଶନ ମୁଖ୍ୟାଳୟ ତଥା ବେଲୁର ମଠ ଗସ୍ତରେ ଯିବେ। 12 ଜାନୁଆରୀରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ। ପ୍ରଧାନମନ୍ତ୍ରୀ ମଧ୍ୟ ବିବେକାନ୍ଦଙ୍କ ବିଚାରଧାରାରେ ପ୍ରେରିତ।

ପ୍ରଧାନମନ୍ତ୍ରୀ ମୋଦି ଯୁବାବସ୍ଥାରେ ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ତପସ୍ବୀ ହେବାର ନିଷ୍ପତ୍ତି ନେଇଥିଲେ । 60 ଦଶକରେ ସେ ପ୍ରଥମ ଥର ବେଲୁର ମଠ ଯାଇଥିଲେ। ହେଲେ ବେଲୁରର ତତ୍କାଳୀନ ଅଧ୍ୟକ୍ଷ ମୋଦିଙ୍କୁ ଶିକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବାକୁ ପରାମର୍ଶ ଦେଇଥିଲେ। ପିଏମ ମୋଦି ତପସ୍ବୀ ହେବା ପାଇଁ ଜରୁରୀ ବୟସ ଠାରୁ କମ ବୟସ୍କ ଥିଲେ। ଏହାପରେ ମୋଦି 2 ବର୍ଷ ପାଇଁ ହିମାଳୟ ଚାଲିଯାଇଥିଲେ।

ମୋଦି ପୂର୍ବରୁ ମଧ୍ୟ 2015ରେ ବେଲୁର ମଠ ଆସିଥିଲେ। ରାମକୃଷ୍ଣ ମଠ ଗସ୍ତ ସମୟରେ ସେ ଭାବୁକ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୋଦି ବିବେକାନନ୍ଦଙ୍କ କକ୍ଷରେ 15 ମିନିଟ ସମୟ ବିତାଇଥିଲେ।

ABOUT THE AUTHOR

...view details