ନୂଆଦିଲ୍ଲୀ: ଆଜି ଠାରୁ ମୋଦିଙ୍କ ଉତ୍ତରାଖଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । 2 ଦିନ ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କ ସହିତ କେଦାରନାଥ ଓ ବଦ୍ରିନାଥର ପରିଦର୍ଶନ କରିବେ । ନିର୍ବାଚନ କମିଶନ ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ବେଳେ ଏବେ ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ରହିଛି ।
ମୋଦିଙ୍କ କେଦାରନାଥ ଯାତ୍ରା - today
ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ । ଶେଷ ନିର୍ବାଚନ ପୂର୍ବରୁ ବାବା କେଦାରନାଥ ଓ ବଦ୍ରିନାଥର ପରିଦର୍ଶନ କରିବେ ମୋଦି । ସେପଟେ ନିର୍ବାଚନ ପୂର୍ବରୁ ମୋଦିଙ୍କ ଗସ୍ତକୁ ନିର୍ବାଚନ କମିଶନ ମଞ୍ଜୁରୀ ଦେଇଛନ୍ତି ।
![ମୋଦିଙ୍କ କେଦାରନାଥ ଯାତ୍ରା](https://etvbharatimages.akamaized.net/etvbharat/prod-images/768-512-3313901-thumbnail-3x2-modi.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ
ଶେଷ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ଆଗରୁ କେଦାରନାଥ ଗସ୍ତରେ ପ୍ରଧାନମନ୍ତ୍ରୀ । ଫଳାଫଳ ପୂର୍ବରୁ ମୋଦିଙ୍କ ଭୋଳାବାବାଙ୍କ ଆଶୀର୍ବାଦ ନେବେ । ଏଥିସହ ଆସନ୍ତାକାଲି(ରବିବାର) ବଦ୍ରିନାଥ ହେଇ ଦିଲ୍ଲୀ ଫେରିଯିବେ । ଏହି ପରିଦର୍ଶନ ଅଫିସିଆଲ ଥିବା ବେଳେ ଏଥିରେ କୌଣସି ସନ୍ଦେହ ପ୍ରକଟ ନକରି ର ନିର୍ବାଚନ କମିସନ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି ।
ଆସନ୍ତାକାଲି ଅର୍ଥାତ ମେ'19 ରେ 7ଟି ରାଜ୍ୟର 59ଟି ଲୋକସଭା ସିଟି ପାଇଁ ନିର୍ବାଚନ ହେବ । ପଞ୍ଜାବ, ପଶ୍ଚିମବଙ୍ଗ, ବିହାର, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହିମାଚଳପ୍ରଦେଶରେ ଶେଷ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।