ଓଡିଶା

odisha

ETV Bharat / bharat

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା - Modi to review Covid situation

ଦେଶର କେତେକ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି । ପରିସ୍ଥିତି ଅନିୟନ୍ତ୍ରଣ ହେବା ପୂର୍ବରୁ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

By

Published : Nov 24, 2020, 7:07 AM IST

ନୂଆଦିଲ୍ଲୀ: ଆଜି ପୁଣି ଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ଦେଶରେ କୋରୋନା ସ୍ଥିତି ନେଇ ସମୀକ୍ଷା କରିବେ ପିଏମ । କୋରୋନା ଟିକା ବିତରଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି । ଏହି ବୈଠକ ଭର୍ଚୁଆଲ ରହିବ । ହରିୟାଣା, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ପଶ୍ଚିମବଙ୍ଗ ଓ କେରଳର ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

ଦେଶର ଉତ୍ତର ଓ ମଧ୍ୟ ଭାଗରେ ସଂକ୍ରମଣ ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେବା ସହ ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ଆଗକୁ କୋରୋନା ମୁକାବିଲା ନେଇ ରାଜ୍ୟ ସରକାର କେଉଁ ଭଳି ପଦକ୍ଷେପ ନେଇଛନ୍ତି ଓ ନେବାକୁ ପ୍ରସ୍ତୁତ ହେଉଛନ୍ତି ସେହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରିବେ ।

ଗତ ଥର ସଂକ୍ରମଣ ବଢିବାରୁ ଦେଶବ୍ୟାପୀ ଲକଡାଉନ କରାଯାଉଥିଲା । ଯାହା ଦ୍ବାରା ଲକ୍ଷାଧିକ ଲୋକଙ୍କ ଜୀବନକୁ ବ୍ୟାପକ ମାତ୍ରାରେ ପ୍ରଭାବ ପକାଇଥିଲେ । ଦେଶର ଅର୍ଥନୀତିରେ ଅବନତି ହୋଇଥିଲା । ଫଳରେ ଆଗାମୀ ପରିସ୍ଥିତି ପାଇଁ ଏବେ ଠାରୁ ସଜାଗ ରହିବାକୁ ହେବ । ସେନେଇ କୋରୋନା ସ୍ଥିତିର ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିବେ ମୋଦି ।

ସେପଟେ ଗତକାଲି, ଦିଲ୍ଲୀ ଓ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟ କଡା ତାଗିଦ କରିଥିଲେ । କୋରୋନା ନିୟନ୍ତ୍ରଣ କରିବାକୁ ସରକାର ଯୋଜନାର ଏକ ରିପୋର୍ଟ ଦେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

କୋଭିଡ ମାମଲା 90 ଲକ୍ଷ ଅତିକ୍ରମ କରିଥିବାରୁ ଟିକା ବିତରଣ ବ୍ୟବସ୍ଥାରେ କେନ୍ଦ୍ର ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ କରୁଛି। 44,000 ନୂତନ କୋଭିଡ-19 ମାମଲା ସହିତ ସୋମବାର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 91,39,866 ରେ ପହଞ୍ଚିଛି।

For All Latest Updates

ABOUT THE AUTHOR

...view details