ଓଡିଶା

odisha

ETV Bharat / bharat

ବିଶ୍ବର 15ଟି ଗ୍ଲୋବାଲ୍ ଫଣ୍ଡ ହାଉସ୍ ସହ ଆଲୋଚନା କରିବେ ମୋଦି - 15 global fund houses

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର 15 ଟି ଗ୍ଲୋବାଲ୍ ଫଣ୍ଡ ହାଉସର ପ୍ରତିନିଧୀଙ୍କୁ ଭେଟି ଦେଶରେ ପୁଞ୍ଜି ବିନିଯୋଗ କରିବେ। ଅର୍ଥନୈତିକ ବ୍ୟାପାର ବିଭାଗ (DEA) ସଚିବ ତରୁଣ ବଜାଜ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Oct 22, 2020, 12:48 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର 15 ଟି ଗ୍ଲୋବାଲ୍ ଫଣ୍ଡ ହାଉସର ପ୍ରତିନିଧୀଙ୍କୁ ଭେଟି ଦେଶରେ ପୁଞ୍ଜି ବିନିଯୋଗ କରିବେ। ଅର୍ଥନୈତିକ ବ୍ୟାପାର ବିଭାଗ (DEA) ସଚିବ ତରୁଣ ବଜାଜ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ବିଶେଷ କରି ଭାରତର ଭିତ୍ତିଭୂମି ପ୍ରକଳ୍ପରେ ବିନିଯୋଗ ବିଷୟରେ ଆଲୋଚନା କରିବେ। ବଜାଜ କହିଛନ୍ତି ଯେ ଏହା ବ୍ୟତୀତ ସରକାର ରିଜର୍ଭ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ଦ୍ବାରା ଭାରତକୁ ଗ୍ଲୋବାଲ ବଣ୍ଡ ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ କରାଯାଇପାରିବ।

ବୁଧବାର CII ଦ୍ବାରା ଆୟୋଜିତ ଏକ ଭର୍ଚୁଆଲ୍ ସମ୍ମିଳନୀରେ ବଜାଜ କହିଛନ୍ତି, ‘ବିଶ୍ବର ଅନେକ ଫଣ୍ଡ ହାଉସ ଆମ ସହ ଯୋଗାଯୋଗରେ ଅଛନ୍ତି । ଏମାନେ ଏଠାରେ ଭଲ ଇନଫ୍ରାଇଷ୍ଟେଟ ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନେ ଉଚ୍ଚ ରିଟର୍ଣ୍ଣ ନୁହେଁ ବରଂ ସ୍ଥାୟୀ ରିଟର୍ଣ୍ଣ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ବିଶ୍ବର 15 ପ୍ରମୁଖ ଫଣ୍ଡ ହାଉସକୁ ଭେଟିବେ ଏବଂ ସେମାନଙ୍କଠାରୁ ପରାମର୍ଶ ଲୋଡିବେ ’ ।

ବଜାଜ କହିଛନ୍ତି ଯେ ଜାତୀୟ ଭିତ୍ତିଭୂମି ପାଇପଲାଇନରେ ଆମେ ସରକାରୀ କ୍ଷେତ୍ରରୁ କେତେ ଟଙ୍କା ଆସିପାରିବ ଏବଂ ସରକାରୀ-ବେସରକାରୀ ଭାଗିଦାରୀରୁ କେତେ ଟଙ୍କା ଆବଶ୍ୟକ ତାହା ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି । ସୂଚନାଯୋଗ୍ୟ, ଦେଶରେ ଭିତ୍ତିଭୂମି ବିକାଶ ତଥା ନିଯୁକ୍ତି ସୃଷ୍ଟି ପାଇଁ ଏକ ସରକାରୀ ଟାସ୍କଫୋର୍ସ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମୋଟ 111 ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛି। ଏହି ଟାସ୍କଫୋର୍ସ ଏଥିପାଇଁ 7,000 ପ୍ରକଳ୍ପ ଚିହ୍ନଟ କରିଛି ।

ABOUT THE AUTHOR

...view details