ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ରାମ ମନ୍ଦିରର ଭୂମି ପୂଜନ ତାରିଖ ଅଗଷ୍ଟ 5ରେ ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଭୁମି ପୂଜନ କରିବେ। କୋରୋନାକୁ ଧ୍ୟାନରେ ରଖି କେବଳ ସୀମିତ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂ ଉପରେ ବିଶେଷ ଧ୍ୟାନ ଦିଆଯିବ ।
ରାମ ମନ୍ଦିର ମଡେଲର କିପରି ହେବ ପରିବର୍ତ୍ତନ ?
ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ନ୍ୟାସଙ୍କ ବୈଠକରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରସ୍ତାବିତ ମଡେଲରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ସହମତି ପ୍ରକାଶ ପାଇଛି। ପୂର୍ବ ମଡେଲରେ, ଗର୍ଭ ଗୃହର ମୁଖ୍ୟ ଶିଖର ବ୍ୟତୀତ 2ଟି ଗମ୍ବୁଜ ରହିଥିଲା ।
ବର୍ତ୍ତମାନ 2 ସ୍ଥାନରେ 5 ଟି ଗମ୍ବୁଜ ବା ପିଲାର ରହିବ । ପ୍ରଥମ ପ୍ରସ୍ତାବିତ ମଡେଲର ଉଚ୍ଚତା 138 ଫୁଟ ଥିଲା, ଯାହାକୁ 161 ଫୁଟକୁ ବୃଦ୍ଧି କରିବାକୁ ସହମତି ପ୍ରକାଶ ପାଇଛି ।ଭିଏଚପି ର ମଡେଲ ଅନୁଯାୟୀ, ପୂର୍ବରୁ ଉଚ୍ଚତା 138 ଫୁଟ, ଲମ୍ବ 268 ଫୁଟ ଏବଂ ପ୍ରସ୍ଥ 140 ଫୁଟ ହେବା ଆବଶ୍ୟକ । ବର୍ତ୍ତମାନ ଦର୍ଘ୍ୟ ପ୍ରାୟ ସମାନ ହେବ କିନ୍ତୁ ଉଚ୍ଚତା 161 ଫୁଟ ହେବ ଏବଂ ପ୍ରସ୍ଥ ଗର୍ଭଗୃହ ନିକଟରେ କିଛି ମାତ୍ରାରେ ବୃଦ୍ଧି ପାଇବ ।