ଓଡିଶା

odisha

ETV Bharat / bharat

ବିହାରର 9ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି - 9 highway projects in Bihar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ 9ଟି ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇବେ। ଏହି ପ୍ରକଳ୍ପ ଗୁଡିକରେ ପ୍ରାୟ 350 କିଲୋମିଟରର ଏକ ସଡକ ଅନ୍ତର୍ଭୁକ୍ତ ଏବଂ ଏହା 14,258 କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ ।

ବିହାରର 9ଟି ରାଜପଥ ପ୍ରକଳ୍ପ
ବିହାରର 9ଟି ରାଜପଥ ପ୍ରକଳ୍ପ

By

Published : Sep 20, 2020, 12:52 PM IST

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ 9ଟି ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇବେ। ଏହି ପ୍ରକଳ୍ପ ଗୁଡିକରେ ପ୍ରାୟ 350 କିଲୋମିଟରର ଏକ ସଡକ ଅନ୍ତର୍ଭୁକ୍ତ ଏବଂ ଏହା 14,258 କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ । ପ୍ରସ୍ତାବିତ ରାଜପଥଗୁଡିକ ରାଜ୍ୟର ବିକାଶରେ ସହାୟକ ହେବ । ବିଶେଷକରି ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଝାଡଖଣ୍ଡରେ ଅର୍ଥନୈତିକ ଅଭିବୃଦ୍ଧିକୁ ଉତ୍ସାହିତ କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ରାଜ୍ୟରେ ଅପ୍ଟିକାଲ୍ ଫାଇବର ଇଣ୍ଟରନେଟ୍ ସେବା ମଧ୍ୟ ଉଦଘାଟନ କରାଯିବ। ଏହି ଅଧୀନରେ ବିହାରର 45,945 ଗାଁକୁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ମାଧ୍ୟମରେ ସଂଯୋଗ କରାଯିବ ବୋଲି ଶନିବାର ଜାରି କରାଯାଇଥିବା PMO ବିଜ୍ଞପ୍ତିରେ କୁହାଯାଇଛି । ଏହି ପ୍ରକଳ୍ପରେ ୱାଇ-ଫାଇ, 5ଟି ଯାଗାରେ ମାଗଣା ସେବା, ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଆଦି ରହିଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ପ୍ରକଳ୍ପ ଇ-ଶିକ୍ଷା, ଇ-କୃଷି, ଟେଲି ମେଡିସିନ୍, ଟେଲି ଆଇନ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାକୁ ପ୍ରୋତ୍ସାହିତ କରିବ ।

ABOUT THE AUTHOR

...view details