ଓଡିଶା

odisha

ETV Bharat / bharat

ଗୁରୁବାର PMMSY ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହେବ 20 ହଜାର କୋଟି - ଆତ୍ମନିର୍ଭର ଭାରତ ପ୍ୟାକେଜ

ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାକୁ ଗୁରୁବାର ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 5 ବର୍ଷରେ ଅତିରିକ୍ତ 70 ଲକ୍ଷ ଟନ ମାଛ ଉତ୍ପାଦନ ହୋଇପାରିବ । ଅଧିକ ପଢନ୍ତୁ...

ଗୁରୁବାର PMMSY ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହେବ 20 ହଜାର କୋଟି
ଗୁରୁବାର PMMSY ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହେବ 20 ହଜାର କୋଟି

By

Published : Sep 9, 2020, 4:45 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା(PMMSY-Pradhan Mantri Matsya Sampada Yojana ) । ଏହି କାର୍ଯ୍ୟକ୍ରମ ଯୋଗୁଁ ପାଖାପାଖି 55 ଲକ୍ଷ ଲୋକଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି । ଏହାସହ ଦେଶରେ ଏବେ ମତ୍ସ୍ୟ କାର୍ଯ୍ୟବ୍ୟାଙ୍କ୍‌ ପ୍ରତିଷ୍ଠା କରାଯିବ । ଏହା ଦ୍ବାରା ଚାଷୀଙ୍କୁ ଉତ୍ତମ ପ୍ରଜାତିର ମତ୍ସ୍ୟ ଶୁକ୍ରାଣୁ ଯୋଗାଇ ଦିଆଯିବା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହିତ କରାଯିବାର ଲକ୍ଷ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ 5 ବର୍ଷରେ ଅତିରିକ୍ତ 70 ଲକ୍ଷ ଟନ ମାଛ ଉତ୍ପାଦନ ହୋଇପାରିବ । ଏହି ମତ୍ସ୍ୟ ଉତ୍ପାଦନ ରପ୍ତାନିରେ ଦୁଇଗୁଣ ବୃଦ୍ଧି କରି 1,00,000 କୋଟି ଟଙ୍କା କରିବ । ମରିନ, ଇନଲ୍ୟାଣ୍ଡ ଫିସରୀ ଏବଂ ଏକ୍ବାକଲ୍ଚର ପାଇଁ 11 ହଜାର କୋଟିର ପାଣ୍ଠି ଉପଲବ୍ଧ କରାଯିବ ବୋଲି ପ୍ୟାକେଜ ଘୋଷଣା ସମୟରେ କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହା ଛଡା ଫିସିଂ ହାର୍ବର, କୋଲ୍ଡ ଚେନ ଓ ମାର୍କେଟ ଇନଫ୍ରାଷ୍ଟକଚର ନିର୍ମାଣ ପାଇଁ 9 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । କେଜ କଲ୍‌ଚର, ସିବିଡ ଫାର୍ମିଂ, ଅର୍ଣ୍ଣାମେଣ୍ଟାଲ ଫିସରିଜ ସହ ନ୍ୟୁ ଫିସିଂ ଭେସଲ, ଲାବ୍ରୋଟରୀ ନେଟଓ୍ବାର୍କ ଭଳି ଗତିବିଧିକୁ ମଧ୍ୟ ଏଥିରେ ସାମିଲ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details