ଓଡିଶା

odisha

ETV Bharat / bharat

ପିଏମ କିଶାନ ଯୋଜନାରେ 1 ଲକ୍ଷ କୋଟିର କୃଷି ଭିତ୍ତିଭୂମି ଘୋଷଣା କରିବେ ମୋଦି - pm-modi-to-launch-financing-facility

ଦେଶବାସୀଙ୍କୁ ବଳରାମ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ରବିବାର କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ 1 ଲକ୍ଷ କୋଟି ଟଙ୍କାର ଆର୍ଥିକ ସୁବିଧା ଆରମ୍ଭ କରିବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଶାନ ସମାନ ନିଧି ଯୋଜନା ଅଧିନରେ ମୋଦି ଷଷ୍ଠ କିସ୍ତି ମଧ୍ୟ ପ୍ରକାଶ କରିବେ।

ପିଏମ କିସାନ ସ୍କିମ୍ ଅଧୀନରେ 1 ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠିର ଘୋଷଣା କରିବେ ମୋଦି
ପିଏମ କିସାନ ସ୍କିମ୍ ଅଧୀନରେ 1 ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠିର ଘୋଷଣା କରିବେ ମୋଦି

By

Published : Aug 9, 2020, 9:40 AM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ବଳରାମ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ରବିବାର କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ 1 ଲକ୍ଷ କୋଟି ଟଙ୍କାର ଆର୍ଥିକ ସୁବିଧା ଆରମ୍ଭ କରିବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଶାନ ସମାନ ନିଧି ଯୋଜନା ଅଧିନରେ ମୋଦି ଷଷ୍ଠ କିସ୍ତି ମଧ୍ୟ ପ୍ରକାଶ କରିବେ। "ବଳରାମ ଜୟନ୍ତୀ, 'ହାଲ ଛଥ' ଏବଂ ଦାଉ ଜନମୋତ୍ସବ' ଅବସରରେ ଦେଶବାସୀଙ୍କୁ ବିଶେଷ ଶୁଭେଚ୍ଛା। ଜଣାଇଛନ୍ତି ମୋଦି।

"ସମସ୍ତ ଦେଶବାସୀଙ୍କୁ, ବିଶେଷ କରି କୃଷକ ଭାଇ ଓ ଭଉଣୀମାନଙ୍କୁ ହାଲ ଛଥ ଏବଂ ଦାଉଙ୍କ ଜନ୍ମ ବାର୍ଷିକୀ ପାଳନ କରିବ ଅବସରରେ ଶୁଭେଚ୍ଛା । ଏହି ବିଶେଷ ଦିନରେ ସକାଳ 11 ଟାରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଁ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ 1 ଲକ୍ଷ କୋଟି ଟଙ୍କାର ଏକ ସୁବିଧା ଆରମ୍ଭ କରିବି ବୋଲି ମୋଦି ଟୁଇଟ୍ କରି କହିଛନ୍ତି।"

ଏହି କାର୍ଯ୍ୟକ୍ରମରେ 'ପିଏମ କିଶାନ ସ୍କିମ୍' ଅଧୀନରେ ସହାୟତା ରାଶିର ଷଷ୍ଠ କିସ୍ତି ମଧ୍ୟ ପ୍ରକାଶ ପାଇବ। 17,000 କୋଟି ଟଙ୍କା 8.5 କୋଟି ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। ଏହି ଯୋଜନା କୋଭିଡ୍ ମହାମାରୀ ବେଳେ କୃଷକମାନଙ୍କ ପାଇଁ ବହୁତ ସହାୟକ ହେବ ବୋଲି ଟ୍ୱିଟରେ ମୋଦି କହିଛନ୍ତି।

ଏହି ପାଣ୍ଠି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ ସମ୍ପ୍ରଦାୟର କୃଷି ସମ୍ପତ୍ତି ଯେପରିକି ଶୀତଳ ଭଣ୍ଡାର, ସଂଗ୍ରହ କେନ୍ଦ୍ର ଏବଂ ପ୍ରକ୍ରିୟାକରଣ ୟୁନିଟ୍ ସୃଷ୍ଟି କରିବ। ଏହି ସମ୍ପତ୍ତି ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ କରିବ। ଏକାଧିକ ରଣ ପ୍ରଦାନକାରୀ ସଂସ୍ଥା ସହଭାଗିତାରେ ଆର୍ଥିକ ସୁବିଧା ଅଧୀନରେ 1 ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ (ପିଏମଓ) ପ୍ରକାଶ କରିଛି।

ଏହି ଯୋଜନାର ହିତାଧିକାରୀମାନେ କୃଷକ,ପିଏସିଏସ, ମାର୍କେଟିଂ କୋଅପରେଟିଭ୍ ସୋସାଇଟି, ଏଫପିଓ, ଏସଏଚଜିଏସ, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ଏଜେନ୍ସି କିମ୍ବା ସ୍ଥାନୀୟ ସଂସ୍ଥା ପ୍ରାୟୋଜିତ ସରକାରୀ-ବେସରକାରୀ ଭାଗିଦାରୀ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିବେ।

ଡିସେମ୍ବର 2018 ରେ ଆରମ୍ଭ ହୋଇଥିବା ପିଏମ କିଶାନ ଯୋଜନା, 9.9 କୋଟିରୁ ଅଧିକ ଚାଷୀଙ୍କୁ 75,000 କୋଟିରୁ ଅଧିକ ପ୍ରତ୍ୟକ୍ଷ ନଗଦ ସୁବିଧା ଯୋଗାଇ ଦେଇଥିଲା। ଏବଂ ସେମାନଙ୍କୁ ସେମାନଙ୍କର କୃଷି ଆବଶ୍ୟକତା ପୂରଣ କରିବାରେ ତଥା ପରିବାର ଚଳାଇବାରେ ସକ୍ଷମ କରିଥିଲା।

ABOUT THE AUTHOR

...view details