ଲକ୍ଷ୍ନୌ: ଭିସି ଜରିଆରେ ‘ଆତ୍ମ ନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ ଉଦଘାଟନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶୁକ୍ରବାର ଦିନ 11ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯିବ।
ରୋଜଗାର ଯୋଗାଇବା, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗିକ ସଙ୍ଗଠନ ଦ୍ବାରା ରୋଜଗାରର ସୁଯୋଗ ସୃଷ୍ଟି କରିବା ଏବଂ ବିଭିନ୍ନ ଅନୁଷ୍ଠାନ ସହିତ ସହଭାଗିତା ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଆତ୍ମ ନିର୍ଭର ଭାରତ ପ୍ୟାକେଜ୍ ଘୋଷଣା କରିଥିଲେ। ଏହାସହ ଦେଶର ପଛୁଆ ଅଞ୍ଚଳରେ ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଜୁନ୍ 20 ରେ ଆରମ୍ଭ କରାଯାଇଛି।
ଉତ୍ତରପ୍ରଦେଶରେ ପ୍ରାୟ 30 ଲକ୍ଷ ପ୍ରବାସୀ ଶ୍ରମିକ ଫେରି ଲକଡାଉନ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି। ସେଥିମଧ୍ୟରୁ ରାଜ୍ୟର 31 ଜିଲ୍ଲାରେ 25,000 ରୁ ଅଧିକ ପ୍ରବାସୀ ଶ୍ରମିକ ଅଛନ୍ତି। ତେବେ ଏଥିରେ ଅତ୍ୟଧିକ ଦରିଦ୍ର ଶ୍ରେଣୀରେ ଥିବା 5 ଜିଲ୍ଲା ସାମିଲ ରହିବେ।
ଆଜି ''ଆତ୍ମା ନିର୍ଭର ଉତ୍ତରପ୍ରଦେଶ ରୋଜଗର ଅଭିଯାନ''ର ଶୁଭାରମ୍ଭ କରିବେ ମୋଦି ସୂଚନା ଥାଉକି, କୋଭିଡ୍ ମହାମାରୀ ସାଧାରଣ ଶ୍ରମିକ ତଥା ବିଶେଷ ଭାବରେ ପ୍ରବାସୀ ଶ୍ରମିକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । କାମଧନ୍ଦା ଛାଡି ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିଥିବା ବେଳେ ବେକାର ହୋଇ ବସି ରହିଛନ୍ତି। ତେବେ ଏହି ଯୋଜନା ଦ୍ବାରା ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ କେନ୍ଦ୍ର ପକ୍ଷରୁ ଜୀବିକା ନିର୍ବାହର ଆବଶ୍ୟକତା ଯୋଗାଇ ଦିଆଯିବ।
ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମୟରେ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ଗ୍ରାମବାସୀ କୃଷି ବିଜ୍ଞାନ କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରି ଯୋଗଦେବେ।