ନୂଆଦିଲ୍ଲୀ: ପୁଣି ଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲକ ଡାଉନ ଅବଧିକୁ ନେଇ ବିଚାର ବିମର୍ଷ କରିବେ । ରବିବାର ସନ୍ଧ୍ୟାରେ ଲକ ଡାଉନ ସମୟକୁ ବୃଦ୍ଧି କରାଯିବା ନା ନାହିଁ ସେନେଇ ମତ ରଖିପାରନ୍ତି ମୋଦି ।
ରବିବାର ଲକ ଡାଉନ ଉପରେ ନିଷ୍ପତ୍ତି ନେଇପାରନ୍ତି ମୋଦି
ଲକ ଡାଉନ ସମୟ ସୀମା ବଢିବ ନା ନାହିଁ ରବିବାର ନିଷ୍ପତ୍ତି ନେଇପାରନ୍ତି ମୋଦି । ଏହା ପୂର୍ବରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । ଅଧିକ ପଢନ୍ତୁ...
ବୁଧବାର ଦିନ ସଂସଦରେ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଦଳର ନେତାମାନଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ସେ ସ୍ପଷ୍ଟ କରିଥିଲେ ଯେ, ଆଗାମୀ ଦିନରେ ଲକ ଡାଉନ ସମୟ ସୀମାକୁ ବଢାଯିବ । ଦେଶର କୋରୋନା ପରିସ୍ଥିତି ଉଦବେଗଜନ ଥିବାବେଳେ ସରକାର ପ୍ରତ୍ୟେକ ଜୀବନକୁ ବଞ୍ଚାଇବା ଦିଗରେ ପ୍ରାଥମିକତା ଦେଉଛି ।
ସେପଟେ, ଏପ୍ରିଲ 14ରେ ପ୍ରଥମ ଲକ ଡାଉନର ପ୍ରଥମ ଅବଧି ଶେଷ ହେଉଛି । ହେଲେ ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ତାଲା ବନ୍ଦ ନିଷ୍ପତ୍ତିକୁ ଆହୁରି ବଢାଇବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସରକାର ଏନେଇ ବିଭିନ୍ନ ଦିଗକୁ ଲକ୍ଷ୍ୟ କରି କାମ କରୁଛି ।