ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 3 କୃଷି ବିଲକୁ ନେଇ ଦେଶବ୍ୟାପୀ ବିରୋଧଭାଷ ଜାରି ରହିଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର କୃଷକଙ୍କ ପାଇଁ ନୂଆ ଭେଟି ଦେବାକୁ ଯାଉଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ ଘୋଷଣା କରିବେ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟରେ 3ଟି ପ୍ରକଳ୍ପ ସହ ‘କିଶାନ ସୂର୍ଯ୍ୟୋଦୟ ଯୋଜନା’ ର ଉଦଘାଟନ କରିବେ । କୃଷକଙ୍କୁ ଜଳସଚେନର ସୁବିଧା ଯୋଗାଇବାକୁ ଦିନ ସମୟରେ ବିଜୁଳି ଯୋଗାଇବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କିଶାନ ସୂର୍ଯୋଦୟ ଯୋଜନା ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଦ୍ବାରା ସକାଳ 5ଟାରୁ ରାତି 9 ଟା ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 3500 କୋଟି ଟଙ୍କାର ବ୍ୟୟ କରାଯାଇଛି । ବର୍ଷ 2023 ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।