ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ଭାରତ-ଆଫଗାନିସ୍ତାନ ଉଚ୍ଚ ସ୍ତରୀୟ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେହତୁତ ଡ୍ୟାମର ଚୁକ୍ତିନାମା ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ଶେହତୁତ ଡ୍ୟାମ୍ କାବୁଲର ଦୁଇ ଲକ୍ଷ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଜଳସେଚନ ପାଇଁ ମଧ୍ୟ ବ୍ୟବହାର କରାଯିବ। ଶେହତୁତ ଡ୍ୟାମ୍ କାବୁଲ ନଦୀ ଅବବାହିକାରେ ନିର୍ମାଣ କରାଯିବ, ଯାହା ଆଫଗାନିସ୍ତାନର ପାଞ୍ଚଟି ନଦୀ ଅବବାହିକା ମଧ୍ୟରୁ ଅନ୍ୟତମ ।
ଆଜି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି - PM Modi to hold talks with Afghan President Ashraf Ghani
ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ଭାରତ-ଆଫଗାନିସ୍ତାନ ଉଚ୍ଚ ସ୍ତରୀୟ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେହତୁତ ଡ୍ୟାମର ଚୁକ୍ତିନାମା ଉପରେ କରିବେ ଆଲୋଚନା । ଅଧିକ ପଢନ୍ତୁ...
ଆଜି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ
ଶେହତୁତ ଡ୍ୟାମ ସହିତ ଆଫଗାନିସ୍ତାନର ପୁନଃ ନିର୍ମାଣ ପାଇଁ ଭାରତ 80 ମିଲିୟନ୍ ଆମେରିକୀୟ ଡଲାରର ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଛି । ଏହାପୂର୍ବରୁ ନଭେମ୍ବର 2020 ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କର ଜେନେଭା ଡୋନର ସମ୍ମିଳନୀରେ ଘୋଷଣା କରିଥିଲେ ଯେ, ଆଫଗାନିସ୍ତାନର କାବୁଲ ନଦୀ ଉପରେ ଭାରତ ଶେହତୁତ ଡ୍ୟାମ ନିର୍ମାଣ କରିବ ଏବଂ ନିକଟରେ ଦୁଇ ଦେଶର ସରକାର ମଧ୍ୟ ସମାନ ଚୁକ୍ତି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ