ଓଡିଶା

odisha

ETV Bharat / bharat

କୋଚି-ମାଙ୍ଗାଲୋର ଗ୍ୟାସ ପାଇପଲାଇନର ଉଦଘାଟନ କରିବେ ମୋଦି - Kochi-Mangaluru gas pipeline

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନ ଲଞ୍ଚ କରିବେ । ମଙ୍ଗଳବାର ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି । ଅଧିକ ପଢନ୍ତୁ...

କୋଚି-ମାଙ୍ଗାଲୋର ଗ୍ୟାସ ପାଇପଲାଇନ
କୋଚି-ମାଙ୍ଗାଲୋର ଗ୍ୟାସ ପାଇପଲାଇନ

By

Published : Jan 4, 2021, 1:37 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନ ଲଞ୍ଚ କରିବେ । ମଙ୍ଗଳବାର ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି । ଏନେଅଇ GAIL ଇଣ୍ଡିଆ ଲିମିଟେଡର ଚେୟାରମ୍ୟାନ୍ ମନୋଜ ଜୈନ କହିଛନ୍ତି। କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ କରିବେ ମୋଦି, ଯାହା ‘ଗୋଟିଏ ଦେଶ ଗୋଟିଏ ଗ୍ୟାସ’ ଦିଗ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ।

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାତି 11 ଟାରେ ପାଇପଲାଇନର ଉଦଘାଟନ କରିବେ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା, ମୁଖ୍ୟମନ୍ତ୍ରୀ ବି. ଏସ୍ ୟେଦୁରପ୍ପା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଘରୋଇ ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଘରୋଇ ପାଇପଲାଇନ ମାଧ୍ୟମରେ ଗ୍ୟାସ ବଣ୍ଟନ କରିବାର ଯୋଜନା ହେଉଛି। 450 କିଲୋମିଟର ପାଇପଲାଇନ GAIL (ଭାରତ) ଲିମିଟେଡ୍ ଦ୍ବାରା ନିର୍ମିତ ହୋଇଛି। ଏହାର ପରିବହନ କ୍ଷମତା ଦିନକୁ 12 ନିୟୁତ ମେଟ୍ରିକ୍ ଷ୍ଟାଣ୍ଡାର୍ଡ ଘନ ମିଟର ଅଟେ ଏବଂ କୋଚି (କେରଳ) ରେ ଥିବା ଲିକ୍ବିଫାଏଡ୍ ପ୍ରାକୃତିକ ଗ୍ୟାସ୍ (LNG) ରେଜିଫିକେସନ୍ ଟର୍ମିନାଲରୁ ପ୍ରାକୃତିକ ଗ୍ୟାସ୍ ପରିବହନ କରାଯିବ ।

ଏହି ପ୍ରକଳ୍ପର ସାମଗ୍ରିକ ମୂଲ୍ୟ ପ୍ରାୟ 3000 କୋଟି ଟଙ୍କା ଏବଂ ଏହାର ନିର୍ମାଣ 12 ଲକ୍ଷରୁ ଅଧିକ ଦିନିକିଆ ନିଯୁକ୍ତି ସୃଷ୍ଟି କରିଥିଲା ​। Horizontal Directional Drilling ପଦ୍ଧତି ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ଏହା କରାଯାଇଥିଲା । ଏହି ପାଇପଲାଇନ ପରିବାରକୁ ପ୍ରାକୃତିକ ଗ୍ୟାସ (PNG) ଏବଂ ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ (CNG) ଯୋଗାଇବ । ଏହି ପାଇପଲାଇନ ସହିତ ଜିଲ୍ଲା ଗୁଡିକରେ ବାଣିଜ୍ୟିକ ଏବଂ ଔଦ୍ୟୋଗିକ ୟୁନିଟ୍ ଗୁଡିକୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details