ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ 20ରେ 'ସ୍ବଚ୍ଛ ସର୍ବେକ୍ଷଣ 2020'ର ପୁରସ୍କାର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ଦେଶର ବାର୍ଷିକ ସ୍ବଚ୍ଛତା ସର୍ବେକ୍ଷଣର ପଞ୍ଚମ ସଂସ୍କରଣ। 'ସ୍ବଚ୍ଛ ମହୋତ୍ସବ' ଶୀର୍ଷକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହର ଏବଂ ରାଜ୍ୟମାନଙ୍କୁ ମୋଟ 129 ପୁରସ୍କାର ପ୍ରଦାନ କରାଯିବ।
ଗୁରୁବାର ସ୍ବଚ୍ଛ ସର୍ବେକ୍ଷଣ 2020 ପୁରସ୍କାର ଘୋଷଣା କରିବେ ପ୍ରଧାନମନ୍ତ୍ରୀ - Swachh
ଅଗଷ୍ଟ 20ରେ 'ସ୍ବଚ୍ଛ ସର୍ବେକ୍ଷଣ 2020'ର ପୁରସ୍କାର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ 129 ପୁରସ୍କାର ପ୍ରଦାନ କରାଯିବ। ଅଧିକ ପଢନ୍ତୁ...
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ସ୍ବଚ୍ଛ ଭାରତ ମିଶନ ସହରୀ (SBM-U) ଅଧୀନରେ ମନୋନୀତ ହିତାଧିକାରୀ ଓ ସଫେଇକର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗାଯୋଗ କରିବେ। ସେ ଏହି ଅବସରରେ ସ୍ବଚ୍ଛ ସର୍ବେକ୍ଷଣ 2020 ଫଳାଫଳର ଡାସବୋର୍ଡ ମଧ୍ୟ ଲଞ୍ଚ କରିପାରନ୍ତି ।
ସ୍ବଚ୍ଛ ସର୍ଭେକ୍ଷଣ 2020 ହେଉଛି ବିଶ୍ବର ସର୍ବ ବୃହତ ସ୍ବଚ୍ଛତା ସର୍ବେକ୍ଷଣ ଯେଉଁଥିରେ ସମୁଦାୟ 4,242 ସହର, 62 କ୍ୟାଣ୍ଟନମେଣ୍ଟ ବୋର୍ଡ ଏବଂ 92 ଗଙ୍ଗା ଟାଉନ ସାମିଲ ରହିଛି । ଅନ୍ୟପକ୍ଷେ ଏଥିରେ 1.87 କୋଟି ନାଗରିକଙ୍କ ଅଂଶଗ୍ରହଣ ପରୋକ୍ଷ ଭାବରେ ଅଂଶଗ୍ରହଣ କରିଛନ୍ତି ।