ଓଡିଶା

odisha

ବିଶ୍ବ ଯୋଗ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

By

Published : Jun 17, 2020, 4:28 PM IST

ବିଶ୍ବ ଯୋଗ ଦିବସ ଅବସରରେ ଜୁନ 21ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ସେ ଜୀବନରେ ଯୋଗର ମହତ୍ବ ସମ୍ପର୍କରେ କହିବେ ।

ମୋଦି
ମୋଦି

ନୂଆଦିଲ୍ଲୀ: ବିଶ୍ବ ଯୋଗ ଦିବସ ଅବସରରେ ଜୁନ 21ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ପ୍ରଥମେ ଲେହରେ ଆୟୋଜିତ କରିବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା । ହେଲେ କୋରୋନା ସଂକ୍ରମଣ ଯୋଗୁଁ ମୋଦି ରାଜଧାନୀ ଦିଲ୍ଲୀରୁ ହିଁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମରେ ସେ ଜୀବନରେ ଯୋଗର ମହତ୍ବ ସମ୍ପର୍କରେ କହିବେ । ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ସେ ଭାରତ-ଚୀନ ସୀମା ବିବାଦ ସମ୍ପର୍କରେ ମଧ୍ୟ କହିପାରନ୍ତି । କିନ୍ତୁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ବ୍ୟତୀତ ମୋଦି ଲାଇଭ ଟିଭିରେ କିଛି ଯୋଗାଭ୍ୟାସ କରିପାରନ୍ତି । ଏହାର ପ୍ରସାରଣ ସକାଳ 7ଟା ସମୟରେ ହେବ ଏବଂ ପ୍ରାୟ 1 ଘଣ୍ଚା ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି ।

ଗତବର୍ଷ ମୋଦି ରାଞ୍ଚୀରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଲେହରେ ହେବା ନେଇ ନିର୍ଦ୍ଧାରିତ କରାଯାଇଥିଲା । କିନ୍ତୁ ବିଶ୍ବରେ ଦେଖାଦେଇଥିବା ମହାମାରି କୋରୋନା ସଙ୍କଟ ଯୋଗୁଁ ଏହି ଯୋଜନାକୁ ପରିବର୍ତ୍ତିତ କରାଯାଇଛି ।

ସୌଜନ୍ୟ@IANS

ABOUT THE AUTHOR

...view details