ନୂଆଦିଲ୍ଲୀ: ସୋମବାର ଜାମ୍ମୁ କାଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଓ ୩୫(କ)କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆଣିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ସରଗରମ । ସକରାତ୍ମକ ଓ ନକରାତ୍ମକ ପ୍ରତିକ୍ରିୟା ଆସୁଛି । ଏଭଳି ପରିସ୍ଥିତିରେ ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ 7 ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟ ନିଜ ବକ୍ତବ୍ୟ ରଖିବା ସୂଚନା ରହିଛି ।
୭ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି - ଜାମ୍ମୁ-କଶ୍ମୀର
ଅଗଷ୍ଟ 7 ତାରିଖ (ବୁଧବାର) ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟ ନିଜ ବକ୍ତବ୍ୟ ରଖିବା ସୂଚନା ରହିଛି । ଜାମ୍ମୁ କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆଣିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।
7 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ରାଜ୍ୟସଭାରେ ୩୭୦ର ଉଚ୍ଛେଦ ପ୍ରସ୍ତାବ ସମ୍ପର୍କରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହାପୂର୍ବରୁ ଏହାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବାର ସୂଚନା ରହିଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଧାରା ୩୭୦ ଓ ୩୫(କ)କୁ ବି ଉଚ୍ଛେଦ ଲାଗି ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର । ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ଲାଗି ସମ୍ବିଧାନର ସଂଶୋଧନ ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର। ଏହାଫଳରେ ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ । ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ । ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ ମାତ୍ର ସେଠାରେ ବିଧାନସଭା ରହିବ ନାହିଁ ।