ଓଡିଶା

odisha

ETV Bharat / bharat

ବିଶ୍ବର ବୃହତ୍ତମ ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ ମୋଦି - ବିଶ୍ବର ବୃହତ୍ତମ ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ମାସ 1 ତାରିଖ ଦିନ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ବର ସର୍ବବୃହତ ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ ।

 ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ ମୋଦି
ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ ମୋଦି

By

Published : Jul 28, 2020, 3:15 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ 1 ତାରିଖ ଦିନ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ବର ସର୍ବବୃହତ ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ । ଆଜି(ମଙ୍ଗଳବାର) ଏହା ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ । ସେ ଏହା ମଧ୍ୟ କହିଛନ୍ତି ଯେ, ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-2020ର ଗ୍ରାଣ୍ଡ ଫାଇନାଲ୍ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ ମୋଦି

ନିଶଙ୍କ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ (SIH) ଉପରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ଏଥିରେ ପୂର୍ବରୁ ଚାଲିଥିବା ହ୍ୟାକଥନ୍ ଗୁଡିକର ସଫଳତା ଉପରେ ଆଲୋଚନା କରାଯାଇଥିଲା । ସେ କହିଛନ୍ତି ଯେ କୋଭିଡ-19 ମହାମାରୀକୁ ବିଚାରକୁ ନେଇ, SIH-2020 ପାଇଁ ଗ୍ରାଣ୍ଡ ଫାଇନାଲ୍ ଅନଲାଇନରେ ଆୟୋଜିତ ହେବ । ଏକ ସ୍ବତନ୍ତ୍ର ନିର୍ମିତ ଉନ୍ନତ ପ୍ଲାଟଫର୍ମରେ ଦେଶର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକତ୍ର କରାଯାଇପାରିବ।

ଚଳିତ ବର୍ଷ ପ୍ରାୟ 10 ହଜାର ଛାତ୍ରଛାତ୍ରୀ 243 ସମସ୍ୟା ସମାଧାନ କରିବେ । କେନ୍ଦ୍ର ସରକାରଙ୍କ ତରଫରୁ 37, ରାଜ୍ୟ ସରକାରଙ୍କ ତରଫରୁ 17 ଓ 20ଟି ଶିଳ୍ପ ଭିତ୍ତିକ ସମସ୍ୟାର ସମାଧାନ କରିବେ ।

ABOUT THE AUTHOR

...view details