ଓଡିଶା

odisha

By

Published : Jun 2, 2020, 6:05 PM IST

ETV Bharat / bharat

ଦେଶରେ ନମ୍ବର ୱାନ ନେତା ମୋଦି, ଓଡ଼ିଶାବାସୀଙ୍କ ଅଧିକ ପସନ୍ଦ

ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ବାର୍ଷିକୀ ପାଳନ କରିଥିବା ପରେ ମଧ୍ୟ ଦେଶରେ ଲୋକପ୍ରିୟତାର ଶ୍ରେଷ୍ଠରେ ରହିଛନ୍ତି । କିନ୍ତୁ ଓଡ଼ିଶାରେ ବିଜେପି ସରକାର ନଥାଇ ମଧ୍ୟ ରାଜ୍ୟବାସୀ ଅକୁଣ୍ଠ ଭଲପାଇବା ଓଜାଡ଼ି ଦେଇଛନ୍ତି । ଦେଶରେ ଓଡ଼ିଶାର ଲୋକେ ସବୁଠାରୁ ଅଧିକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ କରୁଥିବା ଆଇଏଏନଏସ-ସି ଭୋଟର ସର୍ଭେ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ..

pm-modi-the-mold-popular-leader-in-india
pm-modi-the-mold-popular-leader-in-india

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିର ପୂରୁଛି ପ୍ରଥମ ବର୍ଷ । କାର୍ଯ୍ୟକାଳର ପ୍ରଥମ ବାର୍ଷିକୀ ପାଳନ କରିଥିବା ପରେ ମଧ୍ୟ ଦେଶରେ ଲୋକପ୍ରିୟତାର ଶ୍ରେଷ୍ଠରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ଆଇଏଏନଏସ-ସି ଭୋଟର ସର୍ଭେ ରିପୋର୍ଟ ମୁତାବକ ଦେଶରେ ୬୫.୬୯% ଲୋକଙ୍କ ସମର୍ଥନ ମୋଦିଙ୍କ ପାଇଁ ଏବେ ମଧ୍ୟ ରହିଛି । ଅନ୍ୟପଟେ ମୋଦିଙ୍କୁ ସର୍ବାଧିକ ପସନ୍ଦ କରୁଥିବା ରାଜ୍ୟ ତାଲିକାରେ ଓଡ଼ିଶା ରହିଛି ଶ୍ରେଷ୍ଠରେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଧାରାରେ ସମଗ୍ର ଦେଶର 65.69% ଲୋକ ସନ୍ତୁଷ୍ଟ ରହିଥିବାବେଳେ ଓଡ଼ିଶାର 95.06 ପ୍ରତିଶତ ଲୋକଙ୍କ ନିକଟରେ ଗ୍ରହଣୀୟ ହୋଇଛନ୍ତି ମୋଦି । ଅନ୍ୟପଟେ ଓଡ଼ିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଗ୍ରହଣୀୟ ସାଜିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସର୍ଭେରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ 23.11% ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିବାବେଳେ ମୋଦିଙ୍କ ଉପରେ 65.69% ଦେଶବାସୀ ଖୁସ ରହିଛନ୍ତି ।

ସମଗ୍ର ଦେଶରେ, ସର୍ଭେ କରାଯାଇଥିବା 58.36% ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ ଥିବାବେଳେ 24.04% କହିଛନ୍ତି ଯେ, ସେମାନେ କିଛି ମାତ୍ରାରେ ସନ୍ତୁଷ୍ଟ ଅଛନ୍ତି ଏବଂ ଅବଶିଷ୍ଟ 16.71% ଆଦୌ ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରକାଶ କରିଛନ୍ତି । ଏହି ସର୍ଭେରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ 23.11% ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିବାବେଳେ ମୋଦି 65.69% ଲୋକଙ୍କୁ ପସନ୍ଦ ଆସିଛନ୍ତି । କିନ୍ତୁ ରୋଚକ ଜନକ ତଥ୍ୟ ଏହିକି ଯେ, ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଅକୁଣ୍ଠ ପସନ୍ଦ କରୁଛନ୍ତି ଏବଂ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅତୁଟ ଭଲ ପାଇବା ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details