ଓଡିଶା

odisha

ETV Bharat / bharat

ମୋଦିଙ୍କ ଶପଥରେ ଯୋଗଦେବେ ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟ

ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶ ସମୂହ ବାଂଲାଦେଶ, ଭାରତ,ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆ, ନେପାଳ ଓ ଭୁଟାନକୁ ନେଇ ଏକ ସଂଗଠନ ହେଉଛି ବିମ୍‌ଷ୍ଟେକ୍‌ ସଂଗଠନ । ଏହି ସଂଗଠନର ରାଷ୍ଟ୍ରମୁଖ୍ୟଙ୍କୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ମିଳିଛି ।

ଡିଜାଇନ ଫଟୋ

By

Published : May 28, 2019, 9:39 AM IST

Updated : May 28, 2019, 10:51 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଆସନ୍ତା 30 ତାରିଖ ଦିନ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ । ଏଥିପାଇଁ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ବିମଷ୍ଟେକ ସଂଗଠନର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ଏହି ଶପଥ ଗ୍ରହଣ ସମାରୋହରେ ପାକିସ୍ତାନ ଓ ଚୀନକୁ ବାଦ୍‌ ଦିଆଯାଇଛି ।


ସୂଚନା ଯେ ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶ ସମୂହ ବାଂଲାଦେଶ, ଭାରତ,ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆ, ନେପାଳ ଓ ଭୁଟାନକୁ ନେଇ ମଧ୍ୟରେ ଥିବା ଏକ ସଂଗଠନ ହେଉଛି ବିମ୍‌ଷ୍ଟେକ୍‌ ସଂଗଠନ । ଏହି ସଂଗଠନର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ ମିଳିଛି । ଏହା ବ୍ୟତୀତ ସାଂଘାଇ ସହଯୋଗ ସଂଗଠନ ଅଧ୍ୟକ୍ଷ ତଥା କିରଗୀଜସ୍ଥାନ ରାଷ୍ଟ୍ରପତି ଓ ମରିସସ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି ।


ଏଠାରା ସୂଚନା ଯୋଗ୍ୟ ଯେ ୨୦୧୪ରେ ମୋଦି ନିଜର ଶପଥ ଗ୍ରହଣ ସମାରୋହ ପାଇଁ 'ସାର୍କ' ସଦସ୍ୟ ରାଷ୍ଟ୍ରମାନଙ୍କୁ ଆମନ୍ତ୍ରିତ କରିଥିଲେ । ସେତେବେଳେ ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ଥିଲେ । ମାତ୍ର 2019 ରେ ପାକିସ୍ତାନ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ ମିଳିନାହିଁ । ଏଥିରୁ ପାକିସ୍ତାନ ସହ ମୋଦିଙ୍କ ଆଗାମୀ ଦିନର ଆଭିମୁଖ୍ୟ ସ୍ପଷ୍ଟ ଦେଖାଦେଉଛି । ଏହାସହ ଚୀନର ପାକିସ୍ତାନ ପ୍ରୀତିକୁ ମଧ୍ୟ ଭୁଲି ନାହାଁନ୍ତି ମୋଦି । ଶତ୍ରୁର ମିତ୍ର ଶତ୍ରୂ ଭାବର୍ଥରେ ଚୀନକୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଡକରା ମିଳିନାହିଁ ।

Last Updated : May 28, 2019, 10:51 AM IST

For All Latest Updates

ABOUT THE AUTHOR

...view details