ଓଡିଶା

odisha

ETV Bharat / bharat

ଗଣେଷ ଚତୁର୍ଥୀ; ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ଭାଦ୍ରବ ଶୁକ୍ଳ ଚତୁର୍ଥୀ

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ଏହି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୋୟଲ ଶୁଭେଚ୍ଛା ଜଣାଇଛନ୍ତି।

ଗଣେଷ ଚତୁର୍ଥୀ; ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଗଣେଷ ଚତୁର୍ଥୀ; ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

By

Published : Aug 22, 2020, 10:02 AM IST

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ଗଣେଶ, ଗଣପତି, ବିନାୟକ, ଗଜାନନ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ତେବେ ଚଳିତ ବର୍ଷ କୋରୋନା କଟକଣା ଭିତରେ ପୂଜା ସାମାନ୍ୟ ଫିକା ପଡିଯାଇଛି।

ତେବେ ଗଣେଶ ଚତୁର୍ଥୀ ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଗଣେଶ ଚତୁର୍ଥୀ ଶୁଭ ପର୍ବରେ ଶୁଭେଚ୍ଛା । ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ଥାଉ। ସବୁଠାରେ ଆନନ୍ଦ ଏବଂ ସମୃଦ୍ଧତା ହେଉ ବୋଲି ମୋଦି ଟ୍ବିଟ କରି କହିଛନ୍ତି।

ସେହିପରି ରାଷ୍ଟ୍ରପତି ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ''ଗଣପତି ବାପ୍ପା ମୋରିଆ! 'ଗଣେଶ ଚତୁର୍ଥୀ' ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହି ପର୍ବ ଭାରତବାସୀଙ୍କ ଅବିସ୍ମରଣୀୟ ଉତ୍ସବ, ଆନନ୍ଦ ଏବଂ ଗୌରବର ପ୍ରତୀକ । ମୁଁ ଇଚ୍ଛା କରେ ଯେ କୋଭିଡ୍ -19 ର ମହାମାରୀ ଶ୍ରୀ ଗଣେଶଜୀଙ୍କ ଆଶୀର୍ବାଦ ସହିତ ଶେଷ ହୁଏ ଏବଂ ସମସ୍ତ ଦେଶବାସୀ ସୁଖୀ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ'' ବୋଲି ଟ୍ବିଟ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି।

ଗୃହମନ୍ତ୍ରୀ ଶାହା ଟୁଇଟ୍ କରି କହିଛନ୍ତି ଯେ ଗଣେଶ ଚତୁର୍ଥୀ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ରାଜନାଥ ସିଂ ମଧ୍ୟ ଏହି ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଶା କରିଛନ୍ତି ଯେ ଭଗବାନ ଗଣେଶ ସମସ୍ତଙ୍କୁ ଦେଶ ତଥା ସମାଜର ସେବା କରିବା ପାଇଁ ଅଧିକ ଶକ୍ତି ଏବଂ ଶକ୍ତି ପ୍ରଦାନ କରିବେ।

ଗଣେଶ ଚତୁର୍ଥୀ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା। ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କୁ ଦେଶ ତଥା ସମାଜର ସେବା କରିବା ପାଇଁ ଅଧିକ ଶକ୍ତି ଏବଂ ଶକ୍ତି ପ୍ରଦାନ କରନ୍ତୁ ବୋଲି ହିନ୍ଦୀରେ ଗୋୟଲଙ୍କ ଟ୍ୱିଟ କରିଛନ୍ତି।

ABOUT THE AUTHOR

...view details