ଓଡିଶା

odisha

ETV Bharat / bharat

ଲାଲକିଲ୍ଲାରେ ପତାକା ଉତ୍ତୋଳନ: ଅଟଳଙ୍କ ସହ ସମାନ ହେଲେ ମୋଦି - ଷଷ୍ଠତମ ସ୍ବାଧୀନତା ଦିବସ ଭାଷଣ

ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଚଳିତ ବର୍ଷକୁ ମିଶାଇ ମୋଟ ଲାଲକିଲ୍ଲା ଷଷ୍ଠ ଥର ପାଇଁ ତ୍ରୀରଙ୍ଗା ଉଡାଇବା ସହ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି।

ଅଟଳଙ୍କ ସମକକ୍ଷ ହେଲେ ମୋଦି

By

Published : Aug 15, 2019, 1:44 PM IST

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି 73ତମ ସ୍ବାଧୀନତା ଦିବସ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଲଗାତାର ଭାବେ ଷଷ୍ଠ ଥର ପାଇଁ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି।

ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀରରେ 370ଧାରାର ଉଚ୍ଛେଦ ଏବଂ ଟ୍ରିପଲ ତଲାକ ପ୍ରସଙ୍ଗରେ ନିଜର ମତାମତ ରଖିଥିଲେ। ଏହା ସହିତ ନିଜର ଦ୍ୱିତୀୟ ପାଳି ସରକାରଙ୍କ ଦ୍ୱାରା ପ୍ରଣୀତ ବିଭନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଆଲୋଚନା ଦର୍ଶାଇଥିଲେ।

ବିଜେପିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡର ସମକକ୍ଷ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀ 1998, 1999, 2000, 2001, 2002, 2003 ମସିହାରେ ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ। ଏ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ 2014, 2015, 2016, 2017, 2018 ଏବଂ 2019ରେ ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡାଇ ନିଜର ଅଭିଭାଷଣ ରଖିଛନ୍ତି।

ABOUT THE AUTHOR

...view details