ଓଡିଶା

odisha

ETV Bharat / bharat

ପ୍ରବାସୀ ଡାକ୍ତରଙ୍କୁ ମୋଦିଙ୍କ ସମ୍ବୋଧନ: ଜନତା ଏକାଠି ଲଢୁଛନ୍ତି କୋଭିଡ ଲଢେଇ - india fought against covid-19

ମହାମାରୀ କୋରୋନା ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ପ୍ରାରମ୍ଭିକ ପର୍ଯ୍ୟାୟକୁ ସଫଳ ବୋଲି କହିଛନ୍ତି ମୋଦି । କୋଭିଡ-19 ବିରୋଧରେ ଭାରତର ନାଗରିକ ସଫଳ ଭାବେ ଲଢିଛନ୍ତି ।

ଭାରତର ଜନତା ଏକାଠି ଲଢୁଛନ୍ତି କୋଭିଡ ଲଢେଇ
ଭାରତର ଜନତା ଏକାଠି ଲଢୁଛନ୍ତି କୋଭିଡ ଲଢେଇ

By

Published : Jun 28, 2020, 4:28 PM IST

ୱାସିଂଟନ:ମହାମାରୀ କୋରୋନା ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ପ୍ରାରମ୍ଭିକ ପର୍ଯ୍ୟାୟକୁ ସଫଳ ବୋଲି କହିଛନ୍ତି ମୋଦି । କୋଭିଡ-19 ବିରୋଧରେ ଭାରତର ନାଗରିକମାନେ ସଫଳ ଭାବେ ଲଢିଛନ୍ତି ବୋଲି ସେ କହିଛନ୍ତି।

ଶନିବାର ଅନଲାଇନରେ ଇଣ୍ଡିଆନ-ଆମେରିକୀୟ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ (AAPI) ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ କୋଭିଡ-19 ସଙ୍କଟକୁ ସୁଯୋଗ ଭାବରେ ବ୍ୟବହାର କରାଯାଇଛି । AAPI ହେଉଛି ଏକ ସଂଗଠନ ଯାହା ଆମେରିକାରେ 80 ହଜାରରୁ ଅଧିକ ଭାରତୀୟ ଡାକ୍ତରଙ୍କ ପ୍ରତିନିଧିତ୍ବ କରେ। ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଅନୁଷ୍ଠାନର ବାର୍ଷିକ ବୈଠକକୁ ସମ୍ବୋଧିତ କରିଥିଲେ। ମୋଦି ବିଭିନ୍ନ ଦେଶର ତଥ୍ୟ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଭାରତ କୋରୋନା ବିରୁଦ୍ଧରେ ବହୁତ ଭଲ ଭାବରେ ଲଢିଛି।

ସେ କହିଛନ୍ତି, ଆମେରିକାରେ 10 ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ 350ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରିଟେନ, ଇଟାଲୀ ଓ ସ୍ପେନ ଭଳି ୟୁରୋପୀୟ ଦେଶରେ 10 ଲକ୍ଷରେ 600ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଏହି ସଂଖ୍ୟା 12 ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଉତ୍ତରପ୍ରଦେଶରେ କୋରୋନା ଲଢେଇରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ଏହାସହ ଅନ୍ୟ ରାଜ୍ୟ ମଧ୍ୟ ବେଶ୍ ସଫଳତା ହାତେଇଛି । ଏଥିପାଇଁ ମୋଦି ଜନତାଙ୍କୁ ସମସ୍ତ ଶ୍ରେୟ ଦେଇଥିଲେ ।

ମୋଦି କହିଛନ୍ତି ଯେ, ଭାରତ ବିଶ୍ବର ଦ୍ବିତୀୟ ଜନସଂଖ୍ୟା ବିଶିଷ୍ଟ, ଉଚ୍ଚ ସାନ୍ଦ୍ରତା ଦେଶ, ଯେଉଁଠାରେ ସାମାଜିକ ସମ୍ପର୍କ ଏକି ଦିନଚର୍ଯ୍ୟା । ନିୟମିତ ଭାବେ ବୃହତ ଧାର୍ମିକ ଓ ରାଜନୈତିକ ଘଟଣା ହୁଏ । ବୃହତ ଆନ୍ତଃରାଜ୍ୟ ସ୍ଥାନାନ୍ତରଣ ଲୋକଙ୍କ ସହଯୋଗ ବିନା ସଫଳ ହେବା ସମ୍ଭବ ନୁହେଁ ।

ମୋଦିଙ୍କ କହିବାନୁସାରେ, ଭାରତ ଏହି ପରିପ୍ରେକ୍ଷୀରେ ବିଶ୍ବର ପ୍ରମୁଖ ବିଶେଷଜ୍ଞଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆମେରିକାରେ ଥିବା ପ୍ରବାସୀ ଡାକ୍ତରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଠିକ୍ ସମୟରେ ଲକଡାଉନ୍ କରାଯାଇଥିବା କାରଣରୁ ଭାରତ ଲକ୍ଷ ଲକ୍ଷ ନାଗରିକଙ୍କ ଜୀବନ ରକ୍ଷା କରାଯାଇପାରିଛି । ସ୍ବାସ୍ଥ୍ୟ ସୁବିଧା ସୁଧାରିବା ପାଇଁ କୋଭିଡ-19 ସଙ୍କଟକୁ ଏକ ସୁଯୋଗ ଭାବରେ ବ୍ୟବହାର କରାଯାଇଥିଲା। ଉଦାହରଣ ସ୍ବରୂପ, କୋରୋନା ଆରମ୍ଭରେ କେବଳ ଗୋଟିଏ କୋଭିଡ-19 ଲାବ୍ରୋଟାରୀ ଥିଲା ବର୍ତ୍ତମାନ 1000 ଟି ଲାବ୍ରୋଟାରୀ ରହିଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ଯେ ଯେତେବେଳେ ଭାରତ ପିପିଇ କିଟ୍ ଆମଦାନୀ କରୁଥିଲା, ବର୍ତ୍ତମାନ ସେଗୁଡିକ ନିଜେ ରପ୍ତାନୀ କରିବାର ସ୍ଥିତିରେ ଅଛି। ସେ କହିଛନ୍ତି ଯେ ଦେଶ ପ୍ରତି ସପ୍ତାହରେ 30 ଲକ୍ଷରୁ ଅଧିକ N-95 ମାସ୍କ ତିଆରି କରୁଛି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 50 ହଜାରରୁ ଅଧିକ ନୂତନ ଭେଣ୍ଟିଲେଟର ନିର୍ମାଣ କରାଯାଉଛି। ସେ ଗୁଡିକ ଦେଶ ଭିତରେ ନିର୍ମାଣ କରାଯାଉଛି ।

ABOUT THE AUTHOR

...view details