ଓଡିଶା

odisha

By

Published : Aug 24, 2020, 9:48 AM IST

ETV Bharat / bharat

ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଟ୍ବିଟ୍‌ କରି ବନ୍ଧୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବନ୍ଧୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଟ୍ବିଟ୍‌ କରି ବନ୍ଧୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ
ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଟ୍ବିଟ୍‌ କରି ବନ୍ଧୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଟ୍ବିଟ୍‌ କରି ବନ୍ଧୁଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି,‘ ଗତବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଥିଲୁ । ମୁଁ ମୋ ବନ୍ଧୁଙ୍କୁ ବହୁତ୍‌ ମିସ୍‌ କରୁଛି ।’

ସେହିପରି ଗୃହମନ୍ତ୍ରୀ ଅମିତ୍‌ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ଅନେକ ନେତା ମଧ୍ୟ ଟ୍ବିଟ୍‌ କରି ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଗୃହମନ୍ତ୍ରୀ ଅମିତ୍‌ ଶାହ ତାଙ୍କୁ ମନେପକାଇବା ସହ ଜଣେ ଭଲ ରାଜନୀତିଜ୍ଞ, ଭଲ ମଣିଷ, ଉଚ୍ଚକୋଟୀର ବକ୍ତା ବୋଲି କହିଛନ୍ତି । ସେପଟେ ବିଜେପିକୁ ଆଗକୁ ନେବାରେ ଅରୁଣ ଜେଟଲୀଙ୍କ ଭୂମିକାକୁ ମନେପକାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅରୁଣଙ୍କୁ ମନେପକାଇବା ସହ ପୁଣ୍ୟତିଥୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଜଣେ ଭଲ ବନ୍ଧୁ, ମେଣ୍ଟର ଓ ଗାଇଡ କହିଛନ୍ତି । ତେବେ ଦେଶ ଗଠନରେ ତାଙ୍କର ଅବଦାନ ସଦାସର୍ବଦା ମନେ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।

ABOUT THE AUTHOR

...view details