ନୂଆଦିଲ୍ଲୀ: ଇଟିଭି ଭାରତର ସ୍ବତନ୍ତ୍ର ଭିଡିଓକୁ 7 ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଇଟିଭି ଭାରତ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ସ୍ବତନ୍ତ୍ର ଭିଡିଓ । ରାମୋଜୀ ଗ୍ରୁପର ଚେୟାରମ୍ୟାନ ରାମୋଜୀ ରାଓ ଇଟିଭି ଭାରତ ଦ୍ବାରା ପ୍ରସ୍ତୁତ ବାପୁଙ୍କ ପ୍ରିୟ ଭଜନର ମ୍ୟୁଜିକାଲ ଭିଡିଓକୁ 150ତମ ଜୟନ୍ତୀରେ ଲଞ୍ଚ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ବାପୁଙ୍କ 150ତମ ଜୟନ୍ତୀ ଅବସରରେ ବଲିଉଡର ବିଭିନ୍ନ କ୍ଷେତ୍ରର କଳାକାରଙ୍କୁ ନିମନ୍ତ୍ରିତ କରିଥିଲେ । ଏହି ଅବସରରେ ମୋଦି କଳାକାରଙ୍କୁ ଇଟିଭି ଭାରତ ଦ୍ବାରା ପ୍ରସ୍ତୁତ ଗାନ୍ଧୀଙ୍କ ପ୍ରିୟ ଭଜନର ମ୍ୟୁଜିକାଲ ଭିଡିଓ ଦେଖାଇଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଇଟିଭିର ଏହି ପ୍ରୟାସକୁ ପ୍ରଶଂସା କରିସାରିଛନ୍ତି । ମୋଦି ଟ୍ବିଟ କରି ଲେଖିଥିଲେ, 'ପୂଜ୍ୟ ବାପୁଙ୍କ ପ୍ରିୟ ଭଜନର ଅଦ୍ଭୁତ ପ୍ରସ୍ତୁତି ପାଇଁ @Eenadu_Hindi ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।'