ଶ୍ରୀନଗର: 370 ଧାରା ଉଚ୍ଛେଦ ପରେ ପ୍ରଥମ ଥର ଲାଗି ଜମ୍ମୁ-କଶ୍ମୀର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ସେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ଯବାନଙ୍କ ସହ ଆଲୋକର ପର୍ବ ଦୀପାବଳୀ ପାଳନ କରିବେ। ରବିବାର ପ୍ରଧାନମନ୍ତ୍ରୀ ଅପରାହ୍ନରେ ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାର ବାଲାକୋଟ ସେକ୍ଟରରେ ଅବସ୍ଥାପିତ ଥିବା ଯବାନଙ୍କ ନିକଟରେ ପହଞ୍ଚିଛନ୍ତି।
ଦୀପାବଳି ଅବସରରେ ଯବାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସେଠାରେ ସମୟ ଅତିବାହିତ କରିବେ। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହ ଦୀପାବଳୀ ପାଳନ କରି ସାରିଛନ୍ତି। ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା 370 ଧାରା ଉଚ୍ଛେଦ ପରେ ଏହା ହେଉଛି ସେଠାକାର ଅଧିବାସୀଙ୍କ ପାଇଁ ପ୍ରଥମ ଦୀପାବଳୀ।
ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି - ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି
ଜମ୍ମୁ-କାଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ଯବାନଙ୍କ ସହ ଆଲୋକର ପର୍ବ ଦୀପାବଳୀ ପାଳନ କରିବେ।
![ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି](https://etvbharatimages.akamaized.net/etvbharat/prod-images/768-512-4884107-thumbnail-3x2-jk.jpg)
ଫାଇଲ ଫଟୋ
ସୌଭାଗ୍ୟବଶତଃ ଆଜି ହେଉଛି ଭାରତୀୟ ପଦାତିକ ବାହିନୀର ପ୍ରତିଷ୍ଠା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ୧୯୪୭ ମସିହା ଅକ୍ଟୋବର 27 ତାରିଖରେ ଭାରତୀୟ ସ୍ଥଳସେନା ପ୍ରଥମ ଥର ପାଇଁ ଅପରେଶନ କରିଥିଲା। ସେବେ ଠାରୁ ପ୍ରତିବର୍ଷ ଅକ୍ଟୋବର 27 ତାରିଖକୁ ପଦାତିକ ବାହିନୀ ଦିବସ ପାଳନ କରାଯାଉଛି।
Last Updated : Oct 27, 2019, 4:53 PM IST