ଓଡିଶା

odisha

ETV Bharat / bharat

ବାରଣାସୀରେ ମୋଦି, ପଣ୍ଡିତ ଦୀନ ଦୟାଲଙ୍କ ପ୍ରତିମୂର୍ତ୍ତି ଉଦଘାଟିତ - up news

ବାରଣାସୀରେ କୋଟିଏ ଟଙ୍କାର ଉନ୍ନୟନମୂଳକ ଯୋଜନାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ପଣ୍ଡାବାସ୍ଥିତ ପଣ୍ଡିତ ଦୀନ ଦୟାଲଙ୍କ 35 ଫୁଟ ଉଚ୍ଚତା ବିଶିଷ୍ଟ ପଞ୍ଚଧାତୁରେ ନିର୍ମିତ ପ୍ରତିମୂର୍ତ୍ତିକୁ କରିଲେ ଉଦଘାଟନ । ଅଧିକ ପଢନ୍ତୁ...

pm modi reached in varanasi
ବାରଣାସୀରେ ମୋଦି

By

Published : Feb 16, 2020, 11:33 AM IST

Updated : Feb 16, 2020, 3:52 PM IST

ଲକ୍ଷ୍ନୌ: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ନେତାମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହାପରେ ମୋଦି ପ୍ରଥମେ ଜଙ୍ଗମବାଡୀ ମଠରେ ପହଞ୍ଚି 38 ଦିବସୀୟ ବୀରଶୈବ ମହାକୁମ୍ଭର ଶତାବ୍ଦୀ ସମାରୋହରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେ ଆୟୋଜିତ ସଭାକୁ ସମ୍ବୋଧନ କରିିଥିଲେ ।

ପଣ୍ଡିତ ଦୀନ ଦୟାଲଙ୍କ ପ୍ରତିମୂର୍ତ୍ତି ଉଦଘାଟିତ

ଚନ୍ଦୋଲୀରେ କାଶୀ-ମହାକାଳ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଟ୍ରେନ ଇନ୍ଦୋର ଏବଂ ବାରାଣାସୀ ମଧ୍ୟରେ ମାତ୍ର 19 ଘଣ୍ଟା ମଧ୍ୟରେ ସିଧାସଳଖ ଯୋଗାଯୋଗ କରିବ। ଏହାବ୍ୟତୀତ ପିଏମ ମୋଦି ପଣ୍ଡାବାସ୍ଥିତ ପଣ୍ଡିତ ଦୀନ ଦୟାଲଙ୍କ ସ୍ମୃତି ସ୍ଥଳର ଲୋକାର୍ପଣ କରିବା ସହ 35 ଫୁଟ ଉଚ୍ଚତା ବିଶିଷ୍ଟ ପଞ୍ଚଧାତୁରେ ନିର୍ମିତ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି।

ଚନ୍ଦୋଲୀରେ କାଶୀ-ମହାକାଳ ଏକ୍ସପ୍ରେସ ଉଦଘାଟିତ

ବଡା ଲାଲପୁରସ୍ଥିତ ଟ୍ରେଣ୍ଡ ଫ୍ୟାସିଲିଟି ସେଣ୍ଟରରେ ଏକ ଜନପଦ-ଏକ ଉତ୍ପାଦ ଯୋଜନାକୁ ପ୍ରଗତି ପଥରେ ପ୍ରୋତ୍ସାହିତ କରୁଥିବା ହସ୍ତକଳା ପ୍ରଦର୍ଶନୀ ଓ ୟୁପି ଇଷ୍ଟିଚ୍ୟୁଟ ଡିଜାଇନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ 'କାଶୀ ଏକ ରୂପ ଅନେକ'ରେ ଟୁଲ କିଟ ବଣ୍ଟନ କରିବେ।

ଜଙ୍ଗମବାଡୀ ମଠରେ ପହଞ୍ଚି କଲେ ପୂଜାର୍ଚ୍ଚନା

ଏକ ଜନସଭାକୁ ସମ୍ବୋଧିତ କରିବା ସହ ଏକ ଭିଡିଓ କନଫରେନସିଂଜରିଆରେ କ୍ୟାଣ୍ଟ ଷ୍ଟେସନରୁ କାଶୀ ଇନ୍ଦୋରରୁ ଆରମ୍ଭ ହେବାକୁ ଥିବା ଦେଶର ତୃତୀୟ କନଫରେନ୍ସ ଟ୍ରେନ 'କାଶୀ ମହାକାଳ ହମସଫର ଏକ୍ସପ୍ରେସ'କୁ ସବୁଜ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହିଭଳି ଭାବେ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରି କାଶୀବାସୀଙ୍କୁ ଉପହାର ଦେବେ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2020, 3:52 PM IST

ABOUT THE AUTHOR

...view details