ଓଡିଶା

odisha

By

Published : Sep 25, 2019, 5:32 AM IST

ETV Bharat / bharat

ଟ୍ରମ୍ପଙ୍କୁ ମୋଦିଙ୍କ ଉପହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦ୍ବିତୀୟ ଥର ଟ୍ରମ୍ପଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରରେ ସେ ଟ୍ରମ୍ପଙ୍କୁ ଏକ ଉପହାର ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ମୋଦି ହୋଷ୍ଟନର କିଛି ସ୍ମୃତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଦାନ କରିଛନ୍ତି । ସେ ହାଉଡି ମୋଦି କାର୍ଯ୍ୟକ୍ରମର ଏକ ଫଟୋ ଫ୍ରେମ ଟ୍ରମ୍ପଙ୍କୁ ଉପହାରରେ ଦେଇଛନ୍ତି । ଫଟୋରେ ଏନଆରଜି ଷ୍ଟାଡିୟମରେ 50 ହଜାର ପ୍ରବାସୀ ଭାରତୀୟଙ୍କ ସମେତ ମୋଦି ଓ ଟ୍ରମ୍ପ ଦୁହେଁ ଦୁଇ ଜଣଙ୍କ ହାତ ଧରି ଠିଆ ହୋଇଛନ୍ତି । ମୋଦିଙ୍କ ଏହି ଉପହାରକୁ ଟ୍ରମ୍ପ ସାଦରରେ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦ୍ବିତୀୟ ଥର ଟ୍ରମ୍ପଙ୍କୁ ଭେଟ କରିଛନ୍ତି । ଏହି ଅବସରରେ ଟ୍ରମ୍ପ ହାଓଡି ମୋଦି କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା 27 ତାରିଖରେ ମୋଦି ଜାତିସଙ୍ଘ ସାଧାରଣ ଏଧିବେଶନକୁ ସମ୍ବଧିତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଆମେରିକା ଓ ଭାରତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ହେବାର ସମ୍ଭାବନା ରହିଛି । ନିଜେ ଟ୍ରମ୍ପ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଆମେ ଖୁବ୍‌ ଶୀଘ୍ର ବାଣିଜ୍ୟିକ ଚୁକ୍ତି କରିବୁ ।

ABOUT THE AUTHOR

...view details