ଓଡିଶା

odisha

ETV Bharat / bharat

ଦୃଢ ହେବ ଅହମ୍ମଦାବାଦ-ସୁରଟ ମଧ୍ୟରେ ଯୋଗାଯୋଗ, ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୋମବାର ଭିଡିଓ କନଫରେନ୍ସି ଦ୍ବାରା ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଅହମ୍ମଦାବାଦ ଓ ସୁରଟରେ ମେଟ୍ରୋ ରେଳ ପ୍ରକଳ୍ପ
ଅହମ୍ମଦାବାଦ ଓ ସୁରଟରେ ମେଟ୍ରୋ ରେଳ ପ୍ରକଳ୍ପ

By

Published : Jan 18, 2021, 1:03 PM IST

ନୂଆଦିଲ୍ଲୀ:ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୋମବାର ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ସମୟ 10ଟା ବାଜି 30 ମିନିଟରେ ଏହି କାର୍ଯ୍ୟକ୍ରମ ହୋଇଛି ।

ଅହମ୍ମଦାବାଦ ଓ ସୁରଟରେ ମେଟ୍ରୋ ରେଳ ପ୍ରକଳ୍ପ

ଆଜି(ସୋମବାର) ଗୁଜୁରାଟର ସହରାଞ୍ଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ନିମନ୍ତେ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ । ଏହି ଦୁଇଟି ମେଟ୍ରୋ ପ୍ରକଳ୍ପ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳ ‘ସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥା’ ଯୋଗାଇଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭାରତର ଚିତ୍ର ବଦଳାଇ ଗୋଟିଏ ନୂଆ ଭାରତ ନିର୍ମାଣ କରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଚେଷ୍ଟିତ । ଅହମ୍ମଦାବାଦ ଓ ସୁରଟରେ ଏହି ଦୁଇଟି ପ୍ରକଳ୍ପର ଭୂମିପୂଜନରେ ଯୋଗ ଦେଇ ଗୁଜୁରାଟବାସୀଙ୍କୁ ଏହି ଦୁଇଟି ପ୍ରକଳ୍ପ ଉପହାର ସୂରୁପ ଭେଟି ଦେଇଛନ୍ତି । ଦେଶର ଦୁଇଟି ବାଣିଜ୍ୟିକ କେନ୍ଦ୍ର ଅହମ୍ମଦାବାଦ ଓ ସୁରଟ ମଧ୍ୟକୁ ଯୋଗାଯୋଗକୁ ଅଧିକ ଦୃଢ କରିବ ଏହି ମେଟ୍ରୋ ସେବା । କେରୋନାର ଏଭଳି ପରିସ୍ଥିତିରେ ବି ଦେଶର ପ୍ରଗତି ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ 28.25 କିଲୋମିଟର ଲମ୍ବ ହେବା ସହିତ ଦୁଇଟି କୋରିଡର ବିଶିଷ୍ଟ ହେବ। କରଡର-1 ଲମ୍ବ 22.8 କିଲୋମିଟର ଏବଂ ଏହା ମୋଟେରା ଷ୍ଟାଡିୟମ ଠାରୁ ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯିବ । କରିଡର-2ର ଲମ୍ବ 5.4 କିଲୋମିଟର ଏବଂ ଏହା ଜିଏନ୍‍ଏଲ୍‍ୟୁରୁ ଜିଆଇଏଫ୍‍ଟି ସହର ପର୍ଯ୍ୟନ୍ତ ଯିବ । ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପର ମୋଟ୍‍ ନିର୍ମାଣ ମୂଲ୍ୟ 5384 କୋଟି ଟଙ୍କା ଅଟକଳ ହୋଇଛି ।

ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ 40.35 କିଲୋମିଟର ବିଶିଷ୍ଟ ଦୁଇଟି କରିଡର ହେବ । କରିଡର-1ର ଲମ୍ବ 21.61 କିଲୋମିଟର ଏବଂ ଏହା ସରଥାନା ଠାରୁ ଡ୍ରିମ୍‍ ସିଟି ପର୍ଯ୍ୟନ୍ତ ହେବ । କରିଡର-2ର ଲମ୍ବ 18.74 କିଲୋମିଟର ଏବଂ ଏହା ଭେସାନରୁ ସାରୋଲି ପର୍ଯ୍ୟନ୍ତ ହେବ । ପ୍ରକଳ୍ପର ମୋଟ୍‍ ନିର୍ମାଣ ମୂଲ୍ୟ 12,020 କୋଟି ଟଙ୍କା ଅଟକଳ ହୋଇଛି ।

ଦୁଇଟି ପ୍ରକଳ୍ପ ପାଇଁ ହୋଇଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେଭରାତ, ଗୃହମନ୍ତ୍ରୀ ଅମିତ ଶାହା ଓ ଗୁଜୁରାଟ ରାଜ୍ୟପାଳ ବିଜୟ ରୁପାନୀଙ୍କ ସମେତ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details