ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଅଦମ୍ୟ ସାହାସିକତା ଓ ସାଧାରଣ ଲୋକଙ୍କ ସ୍ବର ଉଠାଇବା ପାଇଁ କେବେ ପଛଘୁଞ୍ଚା ଦେଉନଥିଲେ ବୋଲି ସେ କହିଛନ୍ତି । ସେ ସର୍ବଦା ଭାରତୀୟ ସଂସ୍କୃତିର ଆଦର୍ଶ ମୂଲ୍ୟବୋଧକୁ ନେଇ ଗର୍ବ ଅନୁଭବ କରୁଥିଲେ ଓ ଆଜିବି କୋଟିକୋଟି ଭାରତୀୟଙ୍କ ଆଦର୍ଶ ହୋଇରହିଛନ୍ତି ।
ବାଲା ସାହେବ ଠାକରେ ଜୟନ୍ତୀ, ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ - pm modi news
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଅଦମ୍ୟ ସାହାସିକତା ଓ ସାଧାରଣ ଲୋକଙ୍କ ସ୍ବର ଉଠାଇବା ପାଇଁ କେବେ ପଛଘୁଞ୍ଚା ଦେଉନଥିଲେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ବାଲା ସାହେବ ଠାକରେ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ
ବାଲା ସାହେବ ଠାକରେ ମହାରାଷ୍ଟ୍ର ରାଜନୀତିର ଜଣେ ପ୍ରମୁଖ ଚେହେରା ଥିଲେ । ନିଜର ପ୍ରାରମ୍ଭିକ ଜୀବନରେ ସେ ଏକ କାର୍ଟୁନିଷ୍ଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ଶିବସେନା ବର୍ତ୍ତମାନ ରାଜ୍ୟରେ ଶାସକ ଭାବେ କାର୍ଯ୍ୟରତ। ମହାରାଷ୍ଟ୍ରର ସାଧାରଣ ଲୋକମାନଙ୍କ ସ୍ବର ଉତ୍ତୋଳନ କରିବା ପାଇଁ ସେ ଏକ ରାଜନୈତିକ ଦଳ ଗଢିଥିଲେ ।