ଓଡିଶା

odisha

ETV Bharat / bharat

‘ବିଜେପି ଓ ଅରୁଣଙ୍କ ସମ୍ପର୍କ ଏକ ଅତୁଟ ସେତୁ ସଦୃଶ’ - ବିଜେପି

ଆଖି ବୁଜିଛନ୍ତି ବିଜେପିର ଆଉ ଜଣେ ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀଙ୍କ ଦେହାନ୍ତ ଖବର ପାଇ ତାଙ୍କ ପରିବାରକୁ ଫୋନ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡିଜାଇନ ଫଟୋ

By

Published : Aug 24, 2019, 2:44 PM IST

Updated : Aug 24, 2019, 4:19 PM IST

ନୂଆଦିଲ୍ଲୀ: ଆଖି ବୁଜିଛନ୍ତି ବିଜେପିର ଆଉ ଜଣେ ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ 66 ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମସ୍‌ରେ ତାଙ୍କର ନିଧନ ହୋଇଛି । ଜେଟଲୀଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଚାରିଆଡୁ ଛୁଟିବାରେ ଲାଗିଛି ଶୋକ ବାର୍ତ୍ତା । ଏପଟେ ଜେଟଲୀଙ୍କ ଦେହାନ୍ତ ଖବର ପାଇ ପରିବାରକୁ ଫୋନ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ଟ୍ବିଟର@NarendraModi

ପ୍ରଧାନମନ୍ତ୍ରୀ ମୋଦି ଜେଟଲୀଙ୍କ ପତ୍ନୀ ଓ ପୁଅଙ୍କୁ ଫୋନ କରି ସମବେଦନା ଜଣାଇଛନ୍ତି । ଏଥିସହ ଜେଟଲୀଙ୍କ ବିୟୋଗରେ ତାଙ୍କ ସହ ନିଜର ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି କି ବିଜେପି ଓ ଜେଟଲୀଙ୍କ ସମ୍ପର୍କ ଏକ ଅତୁଟ ସେତୁ ସଦୃଶ । ଯାହା କେବେ ଭାଙ୍ଗିବନି । ଜେଟଲୀଙ୍କ ବିଚକ୍ଷଣ ବୁଦ୍ଧି, ବ୍ୟକ୍ତିତ୍ବ, କାର୍ଯ୍ୟଶୈଳୀ ଓ ଦକ୍ଷତା ଆଗାମୀ ପୀଢି ପାଇଁ ଏକ ଉଦାହରଣ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଦେଶ ପାଇଁ ଅନେକ କିଛି କରିଛନ୍ତି । ଯାହାକୁ ଅଣଦେଖା କରାଯାଇ ନପାରେ ।

ଫଟୋ ସୌଜନ୍ୟ: ଟ୍ବିଟର @NarendraModi

ଜଣେ ଛାତ୍ର ନେତାଙ୍କ ଠାରୁ ଆରମ୍ଭ କରି ଦେଶର ଜରୁରୀକାଳୀନ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା କରିଥିବା ଜଣେ ଆଗଧାଡିର ନେତା ଭାବେ ତାଙ୍କ ଯାତ୍ରା ଅବିସ୍ମରଣୀୟ । ଦଳର ସେ ଜଣେ ଚର୍ଚ୍ଚିତ ଓ ଲୋକପ୍ରିୟ ନେତା ଥିଲେ । ଦଳର ନୀତି ଓ ଆଦର୍ଶକୁ ଅନେକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାରେ ସକ୍ଷମ ହୋଇଥିଲେ ଅରୁଣ ।

ତାଙ୍କ ବିୟୋଗରେ ମୁଁ କେବଳ ଜଣେ ଭଲ ବନ୍ଧୁ ନୁହେଁ ବରଂ ଦେଶ ଜଣେ ଦକ୍ଷ ନେତାଙ୍କୁ ହରାଇଛି ନିଶ୍ଚୟ । ଜେଟଲୀଙ୍କୁ ଦୀର୍ଘ ଦଶନ୍ଧି ଧରି ଜାଣିବାର ସୁଯୋଗ ପାଇଛି । ସମସ୍ୟାକୁ ବୁଝିବା ଓ ଏହାର ସହଜ ସମାଧାନ ମୁଁ ତାଙ୍କଠାରୁ ଶିଖିଛି । ଆଜି ଜେଟଲୀ ଆମକୁ ଛାଡି ଚାଲିଯାଇଛନ୍ତି ସତ, ହେଲେ ପଛରେ ଛାଡିଯାଇଛନ୍ତି ଅନେକ ଅବିସ୍ମରୀଣ ସ୍ମୃତି । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଏହା ଲେଖିଛନ୍ତି ।

Last Updated : Aug 24, 2019, 4:19 PM IST

ABOUT THE AUTHOR

...view details