ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ନୂଆ ସରକାର ପାଇଁ ଦାବି ଉପସ୍ଥାପନା

ଦେଶରେ ପୁଣି ମୋଦି ସରକାର । ନୂତନ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି ।

By

Published : May 25, 2019, 10:03 PM IST

ଫଟୋ ସୌଜନ୍ୟ: ଏଏନଆଇ


ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । ପୁଣି ଥରେ ସରକାର ଗଠନ ନେଇ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ତେବେ ଆଉ ଥରେ ସରକାର ଗଠନ ପାଇଁ ରାଷ୍ଟ୍ରପତି ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୋଦି । ସେ କହିଛନ୍ତି ସରକାର ଗଠନ ପାଇଁ ରାଷ୍ଟ୍ରପତି ତାଙ୍କୁ ପ୍ରଧାନମନ୍ତ୍ରୀ ନାମିତ ପତ୍ର ଦେଇଛନ୍ତି । ଏହାସହ ସେ କହିଛନ୍ତି, ଦେଶ ମୋତେ ବହୁତ ବଡ ଜନାଦେଶ ଦେଇଛି । ନୂଆ ସରକାର ଲୋକଙ୍କ ସବୁ ଆଶା ପୂରଣ କରିବ । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ବାସ ଆମର ମୂଳମନ୍ତ୍ର ।

ABOUT THE AUTHOR

...view details