ଓଡିଶା

odisha

ETV Bharat / bharat

ମାର୍ଚ୍ଚରେ ବାଂଲାଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି - PM Modi Bangladesh visit

ମାର୍ଚ୍ଚ 16 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତ । ମାର୍ଚ୍ଚ 17ରେ ସେ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ମୋଦି । ଅଧିକ ପଢନ୍ତୁ...

ମାର୍ଚ୍ଚରେ ବାଂଲାଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି
ମାର୍ଚ୍ଚରେ ବାଂଲାଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି

By

Published : Feb 29, 2020, 11:48 PM IST

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତରେ ଯାଉଛନ୍ତି । ମାର୍ଚ୍ଚ 16 ରୁ 18 ପର୍ଯ୍ୟନ୍ତ ବାଂଲାଦେଶ ଯାତ୍ରା କରିବେ ମୋଦି । ଏହି ଗସ୍ତ ସମୟରେ ମୋଦି ନିଜ ପ୍ରତିପକ୍ଷ ଶେଖ ହସିନାଙ୍କ ସହ ଆଲୋଚନା କରିବେ । ମାର୍ଚ୍ଚ 18ରେ ଶେଖ ହାସିନାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ଆଲୋଚନା ସମୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ତିନି ଦିନିଆ ବାଂଲାଦେଶ ଗସ୍ତରେ ଯାଉଥିବା ମୋଦି ମାର୍ଚ୍ଚ 16 ତାରିଖ ରାଜଧାନୀ ଢାକାରେ ପହଞ୍ଚିବେ । ମାର୍ଚ୍ଚ 17ରେ ସେ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ମାର୍ଚ୍ଚ 17 ରେ ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଯୋଗଦେବେ ବୋଲି ନିଶ୍ଚିତ ହୋଇଛି, କିନ୍ତୁ ତାଙ୍କ କାର୍ଯ୍ୟସୂଚୀର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ ବୋଲି ଢାକା ସ୍ଥିତ ଭାରତୀୟ ଦୂତାବାସର ଦ୍ବତୀୟ ସଚିବ ଦେବବ୍ରତ ପାଲ କହିଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଅକ୍ଟୋବରରେ ଭାରତ ଆସିଥିଲେ।

@ANI

ABOUT THE AUTHOR

...view details