ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ)ର ଶୁଭାରମ୍ଭ କରିଛନ୍ତି । ଏଥିସହ କୃଷକଙ୍କ ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଏକ ‘ଇ-ଗୋପାଲା ଆପ’ ଆରମ୍ଭ କରିଛନ୍ତି । ଏହା ବଜାର ତଥା ସୂଚନା ସମ୍ବନ୍ଧୀୟ ପୋଟାର୍ଲ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିହାରରେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ର ସହ ଜଡିତ ଅନ୍ୟ କେତେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ।
ଏହି ସମୟରେ ମୋଦି କହିଛନ୍ତି କି ବିହାରରେ ସ୍ଥାନୀୟ ଉତ୍ପାଦକୁ ଯେତିକି ପ୍ରୋତ୍ସାହନ ମିଳିବ, ‘ଆତ୍ମନିର୍ଭର ଭାରତ ’ଅଭିଯାନକୁ ସେହି ପରିମାଣରେ ଶକ୍ତି ମିଳିବ ।
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ 20,050 କୋଟି ଟଙ୍କା ବ୍ଯୟରେ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରି କହିଛନ୍ତି କି, ବିହାରର ଗ୍ରାମକୁ ଆତ୍ମନିର୍ଭର ଭାରତର କେନ୍ଦ୍ର କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରୟାସକୁ ତୀବ୍ର କରିବେ ।
PMMSY ଅଧିନରେ 20,050କୋଟି ଟଙ୍କାର ନିବେଶ ରେକର୍ଡ ସର୍ବାଧିକ ।