ଓଡିଶା

odisha

ETV Bharat / bharat

ଜୁନ 13ରେ ମୋଦି-ଇମ୍ରାନ ମୁହାଁମୁହିଁ

ପ୍ରଧାନମନ୍ତ୍ରୀ ଭାବେ 2ୟ ପାରି ଆରମ୍ଭ କରିବା ପରେ ପ୍ରଥମ ଥର ପାଇଁ ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁହାଁମୁହିଁ ହେବେ ।

By

Published : May 25, 2019, 7:52 PM IST

ଫାଇଲ ଫଟୋ


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମହାବିଜୟ ହାସଲ କରିବା ପରେ ମେ' 30 ରେ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ମୋଦି । ତେବେ ଶପଥ ଗ୍ରହଣ ପରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀ ଭାବେ 2ୟ ପାରି ଆରମ୍ଭ କରିବା ପରେ ପ୍ରଥମ ଥର ପାଇଁ ଏହି ଗସ୍ତରେ ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁହାଁମୁହିଁ ହେବେ ।

ଜୁନ 13ରେ ମୋଦି 2 ଦିନିଆ ଗସ୍ତରେ କର୍ଗିସ୍ତାନର ରାଜଧାନୀ ବିଶକେକ ଯିବେ । ଏଠାରେ ସେ ସଙ୍ଘାଇ କୋ ଅପରେଶନ(ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବେ । ତେବେ ପାକ୍‌ ପିଏମ୍‌ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ 3 ମାସରୁ ଭାରତ ଏବଂ ପାକ୍‌ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ ମୋଦି ଏବଂ ଇମ୍ରାନ ।

For All Latest Updates

ABOUT THE AUTHOR

...view details