ଓଡିଶା

odisha

ETV Bharat / bharat

ଭିସି ଜରିଆରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଭବନ ଉଦଘାଟନ କଲେ ପିଏମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ଝାନସୀରେ ଥିବା ରାଣୀ ଲକ୍ଷ୍ମୀବାଈ (ଆରଏଲବି) କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ ଭବନକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଭିସି ଜରିଆରେ ରାଣୀ ଲଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଭବନ ଉଦକାଟନ କଲେ ପିଏମ
ଭିସି ଜରିଆରେ ରାଣୀ ଲଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଭବନ ଉଦକାଟନ କଲେ ପିଏମ

By

Published : Aug 29, 2020, 4:25 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ଝାନସୀରେ ଥିବା ରାଣୀ ଲକ୍ଷ୍ମୀବାଈ (ଆରଏଲବି) କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ ଭବନକୁ ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଥରେ ରାଣୀ ଲକ୍ଷ୍ମୀବାଈ ବୁନ୍ଦେଲଖଣ୍ଡ ଜମିରେ ଗର୍ଜନ କରିଥିଲେ । ମୁଁ ମୋର ଝାନସୀ ଦେବି ନାହିଁ । ଆଜି ଏକ ନୂତନ ଗର୍ଜନର ଆବଶ୍ୟକତା ରହିଛି । ମୋ ଝାନସୀ, ମୋ ବୁନ୍ଦେଲଖଣ୍ଡ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଏକ ନୂତନ ଅଧ୍ୟାୟ ଲେଖିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇବ ।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କୈଳାଶ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନସୀରେ ଅବସ୍ଥିତ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଅଟେ।

ବିଶ୍ୱବିଦ୍ୟାଳୟ 2014-15ରେ ଏହାର ପ୍ରଥମ ଏକାଡେମିକ୍ ଅଧିବେଶନ ଆରମ୍ଭ କରିଛି । ଏବଂ କୃଷି, ଉଦ୍ୟାନ କୃଷି ଏବଂ ଜଙ୍ଗଲ ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ବର୍ତ୍ତମାନ ମୁଖ୍ୟ ଅଟ୍ଟାଳିକା ପ୍ରସ୍ତୁତ ହେଉଥିବାରୁ ଝାନସୀ ଇଣ୍ଡିଆନ୍ ଗ୍ରାସଲ୍ୟାଣ୍ଡ ଏବଂ ଫୋଡର୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହା ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ କୃଷି କ୍ଷେତ୍ରରେ ଅଧିକ ଗବେଷଣା ତଥା କୃଷକ କଲ୍ୟାଣରେ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details