ଗାନ୍ଧୀନଗର: ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ 2ଟି ଆୟୁର୍ବେଦିକ ଅନୁଷ୍ଠାନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ଜାମନଗରରେ ଆୟୁର୍ବେଦ ଇନଷ୍ଟିଚ୍ୟୁଟ୍ ଅଫ୍ ଶିକ୍ଷାଦାନ ଏବଂ ଅନୁସନ୍ଧାନ ସଂସ୍ଥାନ ଏବଂ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନ(ଏନଆଇଏ) କୁ ଉଦଘାଟନ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗିତ କରିଛନ୍ତି ।
ଆୟୁର୍ବେଦ କୋରୋନା ମୁକାବିଲା କରିବାରେ ପ୍ରଭାବଶାଳୀ ପ୍ରତିକାର ଭାବେ ପ୍ରମାଣିତ ହୋଇପାରିଛି । କୋରୋନା କାଳରେ ଆୟୁର୍ବେଦକ ଉତ୍ପାଦର ଚାହିଦା ବଢିଛି । ଆୟୁର୍ବେଦ ଦେଶର ଆରୋଗ୍ୟ ନିତିର ଏକ ପ୍ରମୁଖ ଅଂଶ ବୋଲି ବୋଲି ପିଏମ ମୋଦି ନିଜ ଅଭିଭାଷଣ କହିଛନ୍ତି ।
ଏଥର ଗୁଜୁରାଟ ଏବଂ ରାଜସ୍ଥାନ ପାଇଁ ଆୟୁର୍ବେଦ ଦିବସ ସ୍ବତନ୍ତ୍ର ରହିଛି । ଏହା ଆମର ଯୁବ ସହକର୍ମୀମାନଙ୍କ ପାଇଁ ମଧ୍ୟ ଖାସ ରହିଛି । ଆୟୁର୍ବେଦ ଭାରତର ଏକ ଐତିହ୍ୟ, ଏହାର ବିସ୍ତାରରେ ଏହା ସମଗ୍ର ମାନବ ଜାତିର ଲାଭାନ୍ବିତ ହେବ । ଆଜି ଆୟୁର୍ବେଦ ବ୍ରାଜିଲର ଜାତୀୟ ନୀତିରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ପିଏମ କହିଛନ୍ତି ।